ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ଶିଶୁ ଦିବସ ପାଳନ ହୋଇଯାଇଛି।
ପାନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପରିପ୍ରେକ୍ଷୀରେ ଆୟୋଜିତ ଏହି ଶିଶୁ ଦିବସରେ ଛାତ୍ର ମାନଙ୍କୁ ନେଇ ପ୍ରଭାତ ଫେରି ବା ରାଲି କରାଯାଇଥିଲା। ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଛାତ୍ର ମାନେ ପ୍ଲା କାର୍ଡ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଇଥିଲେ। ପରେ ବିଦ୍ୟାଳୟର ସଭାଗୃହରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶଙ୍କ ପୈରହିତରେ ଆୟୋଜିତ ସଚେତନତା ଶିବିରରେ ପ୍ରାଧିକରଣ ସଚିବ ଶ୍ରୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଶୁ ଦିବସର ପାଳନ ଓ ଶିଶୁ ଓ କିଶୋର ନ୍ୟାୟ ବିଷୟରେ ଉପସ୍ଥିତ ଛାତ୍ର ମାନଙ୍କୁ ଅବଗତ କରାଇଥିଲେ।
ପ୍ରାଧିକରଣ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ କିପରି ତୃଣମୂଳ ସ୍ଥରରେ ଆଇନର ଜ୍ଞାନ ପହଞ୍ଚାଯାଇ ପାରିବ ଓ ପ୍ରାଧିକରଣ ଏଥିପାଇଁ କିପରି କାର୍ଯ୍ୟ କରିଥାଏ ସେ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ମଧ୍ୟ ଶିଶୁ ଦିବସ ବିଷୟରେ ସମସ୍ତ ଛାତ୍ର ମାନଙ୍କୁ ଅବଗତ କରାଇଥିଲେ। ଆୟୋଜିତ ପ୍ରଭାତ ଫେରି ବା ରାଲି ଓ ସଚେତନତା ଶିବିରରେ ବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ପରିଶେଷରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ବାରା ଓ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ବାରା ପ୍ୟାନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲାଇଭ ଉଦଯାପନ ସ୍ଥାନୀୟ ନବଜୀବନ ଶିଶୁ ସୁରକ୍ଷା ଅନୁଷ୍ଠାନ ଠାରେ ସମସ୍ତ ଛାତ୍ରୀ ମାନଙ୍କୁ ଲ୍ୟାପଟପ୍ ମାଧ୍ୟମରେ ପରିବେଷଣ କରାଯାଇଥିଲା।
ରାଜ୍ୟ
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଶିଶୁ ଦିବସ ପାଳନ
- Hits: 485