ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ସୁରଭି- ୨୦୨୧"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୧ " କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ସଭାପତିତ୍ଵ କରି ଶିଶୁ ଦିବସ ପାଳନ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ "ସୁରଭି -୨୦୨୧" ମାଧ୍ୟମରେ ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭା ପରିପ୍ରକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ବାଣୀ "ଆଜିର ଶିଶୁ- କାଲିର ଭବିଷ୍ୟତ"ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ଅଭିପ୍ରେରିତ କରିବା ନିମନ୍ତେ ଏକ ପ୍ରଶସ୍ତ ପୃଷ୍ଠଭୂମି ବୋଲି କହିଥିଲେ।
ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାଶୀନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ ଓ ରାୟଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମନୋରଞ୍ଜନ ସେଠୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାତଗୋଟି ବ୍ଳକରୁ ଗୋଷ୍ଠୀସ୍ତରୀୟ ପ୍ରତିଯୋଗିତା ଯଥା :- ତର୍କ , ପ୍ରବନ୍ଧ, ଚିତ୍ରାଙ୍କନ , ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ତିନି-ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଗୁମ୍ମା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରେଶମାଙ୍ଗିନୀ ରଇତ , ପ୍ରବନ୍ଧ ଲିଖନରେ ପ୍ରଥମ ସ୍ଥାନ ବି.ଏମ. ଉଚ୍ଚ ବିଦ୍ୟାଳୟ , ଖାରଡ଼ା ,କାଶୀନଗରରୁ ପ୍ରିୟତମା ବଳୀ , ଚିତ୍ରାଙ୍କନ ପ୍ରତିଯୋଗିତାରେ କାଶୀନଗର ବ୍ଳକ୍ ର ପାର୍ତ୍ତଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତାପିନ ନାୟକ - ପ୍ରଥମ, ଏକକ ସଙ୍ଗୀତରେ ଗୋଷାଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ପ୍ରୀତିକା ରାଣୀ ପାତ୍ର - ପ୍ରଥମ ସ୍ଥାନ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ନୂଆଗଡ଼ ବ୍ଳକ, ବଡପଦା ସେଣ୍ଟମେରୀ ବାଳିକା ଉପ୍ରା ବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବାବେଳେ , ଗୁମ୍ମା ବ୍ଳକ , ମୁନିସିଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ -ଦ୍ୱିତୀୟ ଓ ରା.ଉଦୟଗିରି କେ.ଏମ୍ ଭାଲିଆସାହି ଉଚ୍ଚ ବିଦ୍ୟାଳୟ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଶିକ୍ଷକ ଅମୂଲ୍ୟ ପାଣିଗ୍ରାହୀ , ଲକ୍ଷ୍ମୀ ନାରାୟଣ ମିଶ୍ର , ରମାକାନ୍ତ ପଟ୍ଟନାୟକ , ରମାକାନ୍ତ ବରାଡ , ପ୍ରତାପ ଗୌଡ଼ , କିଶୋର ଦାସ , ଆନନ୍ଦ ଶତପଥି , ଭବାନୀ ପାଟ୍ଟଯୋଶୀ , ଶୈଳେନ୍ଦ୍ର ପାତ୍ର , ଜଗଦୀଶ ପାତ୍ର , ବବିତା ପୁରେ।ହିତ , ବିନ୍ଦୁ ପ୍ରିୟା ବେହେରା , ଶ୍ୟାମସୁନ୍ଦର ଗନ୍ତାୟତ ପ୍ରମୁଖ ଦାୟିତ୍ଵ ତୁଲାଇ ଥିବାବେଳେ ସଂଯୋଜକ ଶ୍ରୀ ସନ୍ତୋଷ ସାହୁ ଓ ପିଇଟି ଶ୍ରୀ ସଞ୍ଜୟ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

0
0
0
s2sdefault