ହେଡଲାଇନସ୍:

ଜୟ ମାଁ ଦୁର୍ଗା ଅଟୋ ଚାଳକ ସଂଘ ପକ୍ଷରୁ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଜରୁରୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର : ଆଜି ଜୟ ମା ଦୁର୍ଗା ଅଟୋ ଚାଳକ ସଂଘ ତରଫରୁ ଖଡିଆଳ ବ୍ଲକ ରାଣିପୁର ଖେଳ ପଡିଆଠାରେ ଡ୍ରାଇଭର ମାନଙ୍କ ସୁରକ୍ଷା,ଅଧିକାର ଓ ସମ୍ମାନ ପାଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଖଡିଆଳ, ସିନାପାଲି ବୋଡେନ ବ୍ଲକର ସମସ୍ତ ତିନି ଚକିଆ ଚାରି ଚକିଆ ଡ୍ରାଇଭର ମାନଙ୍କୁ ସରକାର ବିଭିନ୍ନ ସାହାଯ୍ୟ ସହଯୋଗ ଦେବା ପାଇ ସରକାର ନିକଟରେ ଦାବୀ ରଖିବା ପାଇ ଆଲୋଚନା କରାଯାଇଥିଲା ଓ ରାଜ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇ ଥିଲା । ଡ୍ରାଇଭର ମହାସଂଘ ତରଫରୁ ସରକାରଙ୍କୁ ଦେଇଥିବା ୧୦ ଦଫା ଦାବିପତ୍ର ପୁର୍ଣ ନ ହେଲେ ନୁଆପଡା ଜିଲ୍ଲା ରେ ମଧ୍ୟ ଜୟ ମା ଦୁର୍ଗା ଅଟୋ ଚାଳକ ସଂଘର ସଭାପତି କମଲ ଚରଣ ତାଣ୍ଡି ଆନ୍ଦୋଳନ କରିବାକୁ ସରକାରକୁ ଚେତାବିନୀ ଦେଇଛନ୍ତି । ଏହି ସଭାରେ ଯୁବ ଆଇନଜିବୀ ମନିଷ ପଣ୍ଡା,ଜୟ ମାତା ଦି ଚାଳକ ସଂଘର ସଭାପତି ଫଗୁଣ ଅଦା,ଗୋକୁଲ ବିଭାର, ଉପସ୍ଥିତ ଥିଲେ ଓ ସମସ୍ତ ଚାଳକ ଉପସ୍ଥିତ ଥିଲେ ।

0
0
0
s2sdefault