ହେଡଲାଇନସ୍:

ସ୍କୁଲ ପିଲାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସମୂହ ଦୀପଦାନ ଓ ମହମବତୀ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) - କିଛି ବାଟ ଯାଇଥିଲେ ଖୁସିରେ ଖୁସିରେ ଘରେ ପହଞ୍ଚି ଯାଇଥନ୍ତେ ସମସ୍ତେ । ମାତ୍ର ସମୟର ବିଡମ୍ବନା । ମୁହୁର୍ତ୍ତକ ମଧ୍ୟରେ ମିଳାଇଗଲା ସମସ୍ତ ଖୁସି । ଭଦ୍ରକ ରାଣୀତାଲ ଜାତୀୟ ରାଜପଥ ଉପରେ ଟ୍ରକ୍ ଦ୍ୱାରା ଦଳି ହୋଇ ଆଖି ବୁଜି ଦେଲେ ୫ଜଣ ସହପାଠୀ । ମୃତ ୫ଜଣ ଛାତ୍ରୀଙ୍କର ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ଆଜି ସନ୍ଧ୍ୟାରେ ଭଦ୍ରକ ସହରର ମା’ ବଙ୍କ ବାସୁଳୀ ମନ୍ଦିର ପରିସରରେ ଶତାଧିକ ଯୁବ, ଛାତ୍ରମାନଙ୍କ ଦ୍ୱାରା ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ତତ୍ ସହିତ ଗୁରୁତର ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହି କ୍ରମରେ ଉପସ୍ଥିତ ଶତାଧିକ ଯୁବ ଛାତ୍ରମାନଙ୍କ ଦ୍ୱାରା ମନ୍ଦିର ପରିସରରୁ ଏକ ମହମବତୀ ଶୋଭଯାତ୍ରା ସହର ପରିକ୍ରମା କରି ଟାଉନ ହଲ ଠାରେ ସମାପନ ହୋଇଥିଲା । ଯୁବ ସଂଗଠକ ସ୍ୱାଧୀନ ସୁନ୍ଦର ଦାସଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଶ୍ୱ ହିନ୍ଦୁ ପରିଷଦର ଗୋବିନ୍ଦ ରାଉତ ଓ ବିଜୟ ସିନ୍ହା, ଶହୀଦ ଭଗତ ସେନାରୁ ଦେବାଂଶୁ ରାଉତ, ହେମନ୍ତ ମହାପାତ୍ର, ଦିଲୁ ମହାନ୍ତି, ନଳିନୀକାନ୍ତ ଦାଶ, ୟୁଡି ଗୃପ୍ର ଅତୁଲ ନାୟକ, ବଜରଙ୍ଗ ଦଳରୁ ଦୋବଶିଷ ଗ୍ରହାଚାର୍ଯ୍ୟ ଏବଂ ପ୍ରଶାନ୍ତ ମଲ୍ଲିକ, ସାମ୍ବାଦିକ ଜୟ ଜଗନ୍ନାଥ ମଲ୍ଲିକ ଓ ଅପୂର୍ବ ବେହେରା, ଦୀପକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନୁଷ୍ଠିତ  ମହମବତୀ ଶୋଭାଯାତ୍ରାରେ କାହ୍ନୁ ସାହୁ, ବାଦଲ ମୁଖୀ, ବିଶାଲ ଦାସ, ତପନ ତ୍ରିପାଠୀ, କାର୍ତ୍ତିକ ଦାସ, ମହେଶ ପ୍ରଧାନ, ସନ୍ଦିପ୍ତ ଭକ୍ତ ପ୍ରମୁଖ ସାମିଲ ଥିଲେ । ସର୍ବ ସମ୍ମତି କ୍ରମରେ ଜିଲ୍ଲା ପ୍ରଶାସନକୁ କେତୋଟି ଦାବି ଉପସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବା ଡ୍ରାଇଭରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ସ୍କୁଲ ପାଖାପାଖି ଅଞ୍ଚଳରେ ପୁଲିସର ଚେକ୍ପୋଷ୍ଟ ରଖାଯାଉ, ବିଦ୍ୟାଳୟରୁ ୫୦୦ ମିଟର ଦୂର ବିଦ୍ୟାଳୟ ରହିଥିବାର ସୂଚନା ଫଳକ ବୃହତାକାରରେ ଲଗାଯାଉ । ଭଦ୍ରକ ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥର ଉଭୟ ପ୍ରବେଶ ପଥରେ ପୁଲିସ ଚେକ୍ ପୋଷ୍ଟ ରଖାଯାଉ । ରାଣୀତାଲରୁ ଗେଲପୁର ପର୍ଯ୍ୟନ୍ତ ଡେଞ୍ଜର ଜୋନ ବା ବିପଦ ସଂକୁଳ ବୋଲି ଦର୍ଶାଯାଉ । ସ୍କୁଲ ପିଲାମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଉ ।  

0
0
0
s2sdefault