୫ ବର୍ଷ ହେଲା ପାଣି ଖାଉଛି କାହ୍ମୁଗୁଡା ସ୍ଵାସ୍ଥ୍ୟ ଉପ କେନ୍ଦ୍ର କୋଠା ଘର
କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ :କାଶିପୁର ବ୍ଲକର ଗୋରଖପୁର ପଞ୍ଚାୟତ କାହ୍ମୁଗୁଡା ଗ୍ରାମରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି ।ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏଵେ ଭୂତ କୋଠି ପାଲଟିଛି। ସ୍ଵାସ୍ଥ୍ୟ ସେବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୋଠା ନିର୍ମାଣ କରିଛନ୍ତି। ହେଲେ କୈାଣସି କାମରେ ଆସୁନି କାହ୍ମୁଗୁଡା ସ୍ଵାସ୍ଥ୍ୟ ଉପକେନ୍ଦ୍ର । ସରକାର ଅନେକ ଗାଁ ଗୁଡ଼ିକ ରେ ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଦିଆଯାଇଥିଲେ ମଧ୍ୟ । କେଉଁଠି ଡାକ୍ତର ନାହିଁ, ତୋ କେଉଁଠି କୋଠା ଘର ଭୂତ କୋଠି ପାଲଟିଛି । ସେହିପରି ଅବସ୍ଥାରେ ଏବେ କାହ୍ମୁଗୁଡା ସ୍ଵାସ୍ଥ୍ୟ ଉପ କେନ୍ଦ୍ର । ଏହି ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଦିର୍ଘ ବର୍ଷ ଧରି ରହିଆସୁଥିଲେ ମଧ୍ୟ ଏଠି ନା ରହୁଛନ୍ତି ଡାକ୍ତର ନା ରହୁଛନ୍ତି ଫାର୍ମାସିଷ୍ଟ । ଏଠିକାର ଗ୍ରାମବାସୀ ମାନେ କହିବା ଅନୁଯାୟୀ । ଆଜକୁ ୫ ବର୍ଷ ହେଲା ସେମିତି ପାଣି ଖାଉଛି ନିର୍ମାଣ ବେଳରୁ କାହ୍ମୁଗୁଡା ସ୍ଵାସ୍ଥ୍ୟ ଉପ କେନ୍ଦ୍ର କୋଠା ଘର । ଏଠିକାର ଗ୍ରାମବାସୀ ମାନେ ଅତି ଗରୀବ ଶ୍ରେଣୀ ହୋଇ ଥିବାରୁ ସ୍ଵାସ୍ଥ୍ୟ ସେବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଛନ୍ତି । ଯଦି କାହାର ଦେହ ଖରାପ ହେଲେ କିମ୍ବା ଜ୍ବର ହେଲେ ପୋଖରୀ ଡେ଼ଇଁ ଯିବାକୁ ପଡୁଛି ବୋଲି କହିଛନ୍ତି। ଏଥିପ୍ରତି କାହ୍ମୁଗୁଡା ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସରକାରଙ୍କ ତରଫରୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉ, ନଚେତ୍ ଗ୍ରାମର ସ୍ଵାସ୍ଥ୍ୟ ଉପ କେନ୍ଦ୍ରରେ ଡାକ୍ତର ଦିଆଯାଉ ବୋଲି ଦାବି କରିଛନ୍ତି ।