ହେଡଲାଇନସ୍:

ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗରେ ଶନିବାର ଦିନ ସ୍ଥାନୀୟ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟପ୍ରିର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଇନର ସଚେତନତା ସମାଜକୁ କିପରି ତୃଣାମୂଳ ସ୍ତରରୁ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଦାରିଦ୍ର ଦୂରୀକରଣ ପାଇଁ ହୋଇଥିବା ଯୋଜନା ଗୁଡିକ ସଫଳ ରୂପାୟନ କରିବାକୁ ବିଭିନ୍ନ କ୍ଷେତ୍ର ଉଦ୍ୟମ କରାଯିବାର ଅବଶ୍ୟକତା ରହିଛି ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ ଓ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି , ଜିଲ୍ଲା ଗ୍ରାମ ଉନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର , ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ଯୋଗ ଦେଇ ପ୍ରାଧିକରଣ ତରଫରୁ ଆଇନ ସଚେତନତା ସାଙ୍ଗକୁ ସହାୟତା ପ୍ରଦାନ, ବିଭିନ୍ନ ବିଭାଗର ଜନସାଧାରଣଙ୍କୁ ଆଇନ ଏବଂ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ଏବଂ ଆଇନ ସହାୟତା ଶିବିର ମାଧ୍ୟମରେ ପ୍ରଦାନ କରାଯାଇ ପାରିବ ବୋଲି କହିଥିଲେ ।
ଜିଲ୍ଲା ଗ୍ରାମ ଉନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର ଯୋଗ ଦେଇ ପ୍ରଶାସନ ପ୍ରତ୍ୟେକ କ୍ଷେତ୍ର ଆଇନ ସେବା କାର୍ଯ୍ୟରେ ସହଯୋଗ କରି ଆସୁଛି ବୋଲି ସୂଚନା ଦେଇଥିଲେ।
ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯଥା କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରାଣା , ଏସଡ଼ିଜେଏମ ବର୍ଷା ଶର୍ମା, ଜେଏମଏଫସି ଅର୍ଜିତ ଦାସ ଓ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ସମେତ ଜିଲ୍ଲାର ସମସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।
ଆୟୋଜିତ ଏହି ମେଗା ଆଇନ ସେବା ଶିବିରରେ ତ୍ଵରିତ ସେବା ଯୋଗାଇବା ସହ ବିଭିନ୍ନ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ସହ କ୍ଷତିପୂରଣ ରାଶି ପ୍ରଦାନ କରିଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ପ୍ରଦୀପ କୁମାର ପାତ୍ର ଉପସ୍ଥିତ ରହି ଲୋକ ମାନଙ୍କୁ କିପରି ସମ୍ପୂର୍ଣ୍ଣ ଟିକାକରଣ କରାଯିବ ସେ ଉପରେ ଉପଦେଶ ଦେଇଥିଲେ। ସମସ୍ତ ହିତାଧିକାରୀଙ୍କ କୋଭିଡ୍ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରଯାଇଥିଲା । ସମସ୍ତ କାର୍ଯ୍ୟକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା କ୍ରିଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଓ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

0
0
0
s2sdefault