ହରିଶ୍ଚନ୍ଦ୍ର ମିଛ ଫୁଟାଣି, ଶବ ଘରେ ପହଞ୍ଚାଇବାର ତାକତ ବି ନାହିଁ
ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ : ଦାରିଙ୍ଗବାଡି ବ୍ଲକ କିରୀକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମର ଖଡଗ ନଦୀରେ ମାଆର ଶବ ଦେହ କୋକେଇ କରି ବୋହିନେଲେ ପୁଅ ଆଉ ସମ୍ପର୍କୀୟ ଗାଁ ଲୋକ । ଗତକାଲି ସକାଳେ କେ ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଆ ରେବିତାଙ୍କର ମୃତ୍ୟୁ ହୋଇଥିଲା।ସେଠୁ ଅଟୋ ଯୋଗେ ଅଣାଯାଇ ପ୍ରାୟ ୪ କିଲୋମିଟ ବାଟ ବର୍ଷାରେ କୋକେଇ କରି ବୋହି ବୋହି ନେଇ ପରେ ଖଡଗ ନଦୀ ପାର ହୋଇ ଗାଁ ରେ ପହଁଚିଲା ଶବ। ସତରେ ଆମ ବିକାଶକୁ ଲାଜ ନାହିଁ କି ବିକାଶ କଥା କହୁଥିବା କେନ୍ଦ୍ର ଓ ରାଜ୍ୟର ବିକାଶ ପୁରୁଷ ମାନଙ୍କୁ ବା ସରକାରଙ୍କୁ ସରମ ନାହିଁ | ହରିଶ୍ଚନ୍ଦ୍ର ପରି ଯୋଜନା ଅନେକ, ହେଲେ ଶବ ଘରେ ପହଞ୍ଚାଇବାର ତାକତ ବି ନାହିଁ | କେବଳ ଯାହା ମିଛ ଫୁଟାଣି |