ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଗଜପତି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ନିମନ୍ତେ "ଭୋଟର ହେବା- ଦେଶ ଗଢିବା" ଅଭିଯାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଠାରେ ପୂର୍ବାହ୍ନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମରେ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଯୋଗଦେଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ କାର୍ଯ୍ୟକ୍ରମ ଅବସରରେ ଭୋଟର ତାଲିକାରେ ନାମ-ଯାଞ୍ଚ , ସଂଶୋଧନ , ସ୍ଥାନାନ୍ତର , ନୂତନ ଭୋଟର ଭାବେ ଆବେଦନ ପାଇଁ ଉପାୟ , ଭୋଟର ହେଲ୍ପ-ଲାଇନ ନ -୧୯୫୦ ଏବଂ ୧-୧-୨୦୨୨ ତାରିଖ ସୁଦ୍ଧା ୧୮ ବର୍ଷ ବୟସ କି ତା'ଠାରୁ ଉର୍ଦ୍ଧ୍ବ ହୋଇଥିଲେ ବିଏଲଓ ପାଖକୁ ନ ଯାଇ ଘରେ ବସି ଭୋଟର ହେଲ୍ପ-ଲାଇନ୍ ଆପ୍ ଦ୍ୱାରା ନାମ ପଞ୍ଜିକରଣ କରି ଭୋଟ କାର୍ଡ ମିଳିପାରିବ ପ୍ରଭୃତି ଉପରେ ବୁଝାଇ ସଚେତନ କରାଇଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ଭୂୟାଁ ଓ ମହାବିଦ୍ୟାଳୟର ଏନଏସଏସ: ଅଧିକାରୀ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ଏହି ଅଭିଯାନ କାର୍ଯ୍ୟକ୍ରମରେ ନିଜେ ସାମିଲ ହେବାସହ ଅନ୍ୟକୁ ସାମିଲ କରାଇ " ଭୋଟର ହେବା-ଦେଶ ଗଢିବା" ଅଭିଯାନକୁ ସାର୍ଥକ କରିବା ପାଇଁ ଆହ୍ବାନ ଜଣାଇଥିଲେ ।
ଏଥିସହିତ ଶେଷରେ "ଭୋଟର ହେବା ଦେଶ ଗଢିବା" ଅଭିଯାନରେ ମୁଁ ଭୋଟର ହେଲ୍ପ-ଲାଇନ୍ ଆପ୍" ଡାଉନଲୋଡ଼ କରି ଏହି ଅଭିଯାନରେ ସାମିଲ ହେଲି ସମ୍ପର୍କିତ ଏକ ସେଲ୍ଫି-ପଏଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ହେବା ଦେଶ ଗଢିବା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
- Hits: 334