ହେଡଲାଇନସ୍:

ପୂରଣ ହେବାକୁ ଯାଉଛି ବହୁପ୍ରତିକ୍ଷିତ ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରାୟ 34 କୋଟି ଟଙ୍କା ବ୍ୟୟରେ ହେବ 32 କିଲୋମିଟର ରାସ୍ତାର ଉନ୍ନତି କରଣ

ବରଗଡ :- ସୋହେଲାରୁ ସିଧାସଳଖ ଭଟଲିକୁ (ଭାୟା ଖରମୁଣ୍ଡା, ଉରଦୁନା ଓ ସୁଲସୁଲିଆ) ଯାଇଥିବା ଆରଡ଼ି ରାସ୍ତାର ଉନ୍ନତି କରଣ ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ମୋଟ ୩୨ କିଲୋମିଟର ଏହି ରାସ୍ତାର ଏକକାଳୀନ ସୁଦୃଢ଼ିକରଣ ଏବଂ ପ୍ରଶସ୍ତିକରଣ ପାଇଁ ପ୍ରାୟ ୩୪ କୋଟି ଟଙ୍କା ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ଅତି ଶୀଘ୍ର ଶେଷ ହୋଇ କାର୍ଯ୍ୟ ଆରମ୍ଭ ହେବ । ଏହି ରାସ୍ତାର ଉନ୍ନତି କରଣ ପାଇଁ ଜନସାଧାରଣଙ୍କ ବହୁ ଦିନରୁ ଦାବି ରହିଥିଲା । ଏହି ବାବଦରେ ଆଜି ଭଟଲି ନିର୍ବାଚନ ମଣ୍ଡଳୀ ର  ବିଧାୟକ ତଥା ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଛନ୍ତି । ଏକଥା ଜାଣିବା ପରେ ବହୁ ପ୍ରତୀକ୍ଷିତ ଦାବୀ ପୂରଣ ହେଉଥିବା ଜାଣି ଅଂଚଳ ବାସୀ ଖୁସି ପ୍ରକଟ କରିଛନ୍ତି ।

0
0
0
s2sdefault