ହେଡଲାଇନସ୍:

ଇଏ ଆମ ଅମୃତ ସହର ବାରିପଦା :  ଅସରାଏ ବର୍ଷାରେ ଉବୁଟୁବୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

20--07-18-BARIPADA.jpg - 107.87 kB

କେଡେ ପାରିବାର ଆମ ବାରିପଦା ପୌରପରିଷଦ |||

ବାରିପଦା(ଦିଲ୍ଲିପ ମହାନ୍ତି)-  ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ହୋଇଥିବା ବର୍ଷାରେ ବାରିପଦା ପୌରପରିଷଦର ବିଭିନ୍ନ ୱାଡର଼୍ ବର୍ଷାପାଣିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରାଇ ଦେଇଥିଲା । ଜନସାଧାରଣଙ୍କ ଘରେ ବର୍ଷାପାଣି ଲହଡ଼ି ଭାଙ୍ଗୁଥିବାର ପରିଲକ୍ଷିତ ହୋଇଥିଲା । ସେହିପରି ପୌରପରିଷଦ ଓ ପୁର୍ତ୍ତ ବିଭାଗର ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବା ସମୟରେ ପୌରପରିଷଦ କାର୍ଯ୍ୟାଳୟ ପରିଷର ବିଶାଳ ଜଳାଶୟର ଭ୍ରମ ସୃଷ୍ଟି କରାଉ ଥିଲା । ତେବେ ବେଶୀ ପ୍ରଭାବିତ ହୋଇଥିଲା ୭ ନମ୍ବର ୱାଡର଼୍ର ବଗିଚାସାହି ଓ ତଳସାହି । ତଳସାହିର ଶ୍ୟାମ ସୁନ୍ଦର ପାତ୍ର, ହରିହର ପାତ୍ର, ଉର୍ମିଳା ବସା, ସୁକାନ୍ତୀ ଘୋଷ ଆଦି ବିଭିନ୍ନ ଲୋକଙ୍କ ଘରେ ଡ୍ରେନ ପାଣି ପଶି ଯାଇଥିବା ସମୟରେ ବଗିଚାସାହିରେ ଜଶାୟ ସୋରେନଙ୍କ ଘରେ ପାଣି ପ୍ରବେଶ କରିଥିଲା । ସେହିପରି ପୁର୍ତ୍ତ ବିଭାଗ ରାସ୍ତା ବିଦ୍ୟା ହୋଟେଲ ଛକରେ ଡଙ୍ଗା ଚାଲିବା ପରିସ୍ଥିତି ସୃଷ୍ଟି ହୋଇଥିଲା । ପବିତ୍ର ରଥଯାତ୍ରା ଉପଲକ୍ଷେ ଉକ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ବସିଥିବା ବିଭିନ୍ନ ଦୋକାନରେ ପାଣି ପଶିଯାଇଥିଲା । ଏହିରି ବାରିପଦା ପୌରପରିଷଦର ବିଭିନ୍ନ ୱାଡର୍ ନାଳ ନର୍ଦ୍ଧମା ପାଣି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରାଇ ରାସ୍ତା ଓ ଜନସାଧାରଣଙ୍କ ଘରେ ପ୍ରବେଶ କରିଥିବାର ଜଣାପଡ଼ିଛି । ତେବେ ଏଥି ନିମନ୍ତେ ସହରବାସୀ ପୌରପରିଷଦ ସହିତ ପୁର୍ତ୍ତ ବିଭାଗକୁ ଦାୟୀ କରାଇଛନ୍ତି । ରାସ୍ତା ନିର୍ମାଣ ସହିତ ରାସ୍ତା ପାଶ୍ୱର୍ରେ ବର୍ଷା ପାଣି ଆଦିର ନିଷ୍କାସନ ନିମନ୍ତେ ଯେଉଁ ଡେ଼୍ରନେଜ ବ୍ୟବସ୍ଥା ରହିଛି ତାର ନିର୍ମାଣରେ ବୈଷୟିକ ତୃଟି ପାଇଁ ଏହି ପରିସ୍ଥିତି ସୃଷ୍ଟି ହେଇଥିବାର ଅଭିଯୋଗ ହେଉଛି । ବାରିପଦା ପୌରପରିଷଦ ଅମୃତ ସହର ଯୋଜନାରେ ସାମିଲ ହୋଇଛି । ଅମୃତ ଯୋଜନାରେ ରହିଥିବା ସର୍ତ୍ତ ଅନୁସାରେ ଡ୍ରେନେଜ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ପୌରପରିଷଦ ଏ ଦିଗ ପ୍ରତି ଅଣଦେଖା ପ୍ରଦର୍ଶନ କରିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ପୌରପରିଷଦର ଭୌଗୋଳିକ ସ୍ଥିତିକୁ ନେଇ  ଡ୍ରେନ ନିର୍ମାଣ କରାଯାଉ ନ ଥିବା ଫଳରେ ବର୍ଷାପାଣି ନିଷ୍କାସନ ବାଧାପ୍ରାପ୍ତ ହେଉଛି । ପୁଣି ସହରରେ ଅଧିକାଂଶ ସ୍ଥାନରେ ଡ୍ରେନ ଜବରଦଖଲକାରୀମାନଙ୍କ ଜବରଦଖଲରେ  ରହିବା ସହିତ ରାସ୍ତା ଡ୍ରେନଠାରୁ  ତଳେ ରହୁଥିବା କାରଣରୁ ବର୍ଷାପାଣି ଡ୍ରେନକୁ ନ ଯାଇ ରାସ୍ତା ଉପରେ ପ୍ରବାହିତ ହେଉଥିବାର ପରିଲକ୍ଷିତ ହୋଇଛି । ବାରିପଦା ପୌରପରିଷଦରେ ପ୍ରତ୍ୟେକ ବର୍ଷ ରାସ୍ତା ଓ ଡ୍ରେନ ନିର୍ମାଣ ନାମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଥିବା ବେଳେ ନିର୍ମାଣ ସମୟରେ ଏହାର ବୈଷୟୀକ ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଏହା ଜନସାଧାରଣଙ୍କ ନିମନ୍ତେ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକି ଛିଡ଼ା ହୋଇଆସୁଛି । ଯାହା ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଏ ବିଷୟରେ ବାରିପଦା ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ  କଣ ହୋଇଛି ତାହାକୁ ତର୍ଜମା କରି ଦେଖିବି ବୋଲି କହି ନିଜର ଦାୟିତ୍ୱକୁ ମୁଣ୍ଡ ଉପରୁ ଉହ୍ଲାଇ ଦେଇଥିଲେ ।   

0
0
0
s2sdefault