ହେଡଲାଇନସ୍:

କଳିଙ୍ଗନଗର : ବଜ୍ରାଘାତରେ ମହିଳା ମୃତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଡୁବୁରୀ : (ସନାତନ ମହାନ୍ତ)  - ଦାନଗଦୀ ବ୍ଲକ୍ ଅର୍ନ୍ତଗତ ନଡିଆଭଙ୍ଗା ଗ୍ରା:ପ ରଙ୍ଗାହୁଡି ଗ୍ରାମର ରଥୁ ମହାନ୍ତଙ୍କ ବଡସ୍ତ୍ରୀ ବୁଦୁନି ମହାନ୍ତ (୩୫)ଙ୍କ ଆଜି ଦିନ ୨ଘଟିକା ସମୟରେ ବଜ୍ରାଘାତରେ  ମୃତ୍ୟୁବରଣ ହୋଇଛି । ରଥୁ ମହାନ୍ତଙ୍କ ସ୍ତ୍ରୀ ବୁଦୁନି ମହାନ୍ତଙ୍କ ବାପଘର ଗୋଡିସାହିରେ । ବିଲକାମ କରିବାକୁ ସେ ବାପଘରକୁ ଯାଇଥିଲେ |  ଆଜି ବିଲରେ କାମ କରୁଥିବା ମୁଲିଆଙ୍କ ଖାଇବାନେଇ ଯାଉଥିବାବେଳେ  ହଠାତ୍ ବଜ୍ରାଘାତ ମାରିଥିଲା । ସେହି ସ୍ଥାନରେହିଁ ସେ  ମୃତ୍ୟୁ ବରଣ କରିଥିଲେ । ରଥୁ ମହାନ୍ତଙ୍କର ସାନ ସ୍ତ୍ରୀ ଜେମାମଣି ମହାନ୍ତ , ତାଙ୍କର ୨ଟି ପୁଅ ଅଛନ୍ତି । ବଡପୁଅ ଅଭୟ ମହାନ୍ତ (୮) ଓ ସାନପୁଅ ଓମପ୍ରକାଶ ମହନ୍ତ (୩ ମାସ) । ବଡସ୍ତ୍ରୀର ଛୁଆପିଲା ନହେବାରୁ ସେ ୨ୟ ବିବାହ କରିଥିଲା । 

 

0
0
0
s2sdefault