ହେଡଲାଇନସ୍:

ବୋଡ଼ାସମ୍ବର ମେହେର (ଭୁଲିଆ) ସମାଜର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ର ଉଚ୍ଚ ସ୍ତରୀୟ ତଦନ୍ତ ତଥା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବୋଡ଼ାସମ୍ବର ମେହେର (ଭୁଲିଆ) ସମାଜ । ମମିତା ମେହେର ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଠୋର ଦଣ୍ଡବିଧାନ, ମୃତ ମମିତା ମେହେର ଙ୍କ ପରିବାର କୁ ୨କୋଟି ଆର୍ଥିକ ସହାୟତା ସହିତ ତାଙ୍କ ଭାଇ ଙ୍କୁ ଯୋଗ୍ୟତା ଅନୁଯାୟୀ ଚାକିରୀ ଦେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବୋଡାସମ୍ବର ମେହେର ସମାଜ ସଭାପତି ସୁରେନ୍ଦ୍ର ମୋହନ ମେହେର, ସମ୍ପାଦକ ଅମୃତଲାଲ ମେହେର, ସହ ସମ୍ପାଦକ ବିପିନ ମେହେର, ପ୍ରମୋଦ ମେହେର, ସେବକ ମେହେର, ରମେଶ ମେହେର, ପ୍ରବିଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault