ହେଡଲାଇନସ୍:

ଜାତୀୟ ଉପଲବ୍ଧି ସର୍ବେକ୍ଷଣ ନେଇ ବୈଠକ:ସାମିଲ ହେବେ ଓଡ଼ିଶାରେ ୫୫୬୩ ବିଦ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୮୯୩୭ ଜଣ କ୍ଷେତ୍ର ଅନୁଧ୍ୟାନକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର :ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଉପଲବ୍ଧିକୁ ଜାଣିବା ତଥା ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇ ଥିବା ସୁବିଧାସୁଯୋଗ ଓ ବ୍ୟବସ୍ଥା ଜାଣିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହଯୋଗରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ (National Achievement Survey - NAS) ନଭେମ୍ବର ୧୨ ତାରିଖ ୨୦୨୧ରେ ସମଗ୍ର ଦେଶରେ ସମ୍ପାଦିତ ହେବା ବିଦ୍ୟାଳୟ ଶିକ୍ଷାରେ ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀରେ ପିଲାମାନେ ମୁଖ୍ୟତଃ କେତେ ପରିମାଣର ବିଷୟଗତ ଜ୍ଞାନ ଆହରଣ କରୁଛନ୍ତି ତାହା ଜାଣିବା ପାଇଁ ଏହି ସର୍ବେକ୍ଷଣ ଉଦ୍ଦିଷ୍ଟା ଓଡିଶାର ୫୫୬୩ ବିଦ୍ୟାଳୟକୁ ଏହି ସର୍ବେକ୍ଷଣରେ ସାମିଲ କରିବା ପାଇଁ ଭାରତ ସରକାର ଚୟନ କରିଛନ୍ତିା
ସର୍ବେକ୍ଷଣ କାର୍ଯ୍ୟ କରିବା ପାଇଁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ (DIET), ପ୍ରାଥମିକ ଶିକ୍ଷକ ଶିକ୍ଷା ସଂସ୍ଥାନ (ETEI) ର ଗୁରୁଛାତ୍ରଛାତ୍ରୀଗଣ ଓ ଆବଶ୍ୟକ ସ୍ଥଳେ ସିଆରସିସି (CRCC) ମାନ ଙ୍କୁ କ୍ଷେତ୍ର ଅନୁଧ୍ୟାନକାରୀ ଭାବେ ନିୟୋଜିତ କରାଯାଇଛି, ଯେଉଁମାନେ ନଭେମ୍ବର ୧୨ ତାରିଖ ଦିନ ଚୟନ ହୋଇଥିବା ବିଦ୍ୟାଳୟକୁ ଯାଇ ଶିକ୍ଷାର୍ଥୀମାନଙ୍କର ଭାଷା, ଗଣିତ, ପରିବେଶ ଅଧ୍ୟୟନ, ସାମାଜିକ ପାଠ, ବିଜ୍ଞାନ ବିଷୟର ଦକ୍ଷତାକୁ ମୂଲ୍ୟାୟନ କରିବୋ ପ୍ରାୟ ୮୯୩୭ ଜଣ କ୍ଷେତ୍ର ଅନୁଧ୍ୟାନକାରୀ ଏହି କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦକ କରିବା ପାଇଁ ପ୍ରଶିକ୍ଷଣ ପ୍ରାପ୍ତ ହୋଇଛନ୍ତିା
ସର୍ବେକ୍ଷଣ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି (TE SCERT)ର ନିର୍ଦ୍ଦେଶକକୁ ରାଜ୍ୟ ନୋଡାଲ ଅଫିସର ଓ ପ୍ରତ୍ୟେକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଫିସର ଭାବେ ଦାୟିତ୍ୱ ସଂପାଦକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତିା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସର୍ବେକ୍ଷଣର ଅଗ୍ରଗତି ସମୀକ୍ଷା କରିବା ସହ ଜିଲ୍ଲାପାଳମାନଙ୍କୁ ଏ ସଂପର୍କରେ ସମୀକ୍ଷା ଓ ତଦାରଖ କରିବାକୁ ଅନୁରୋଧ କରିଛନ୍ତିା
ସର୍ବେକ୍ଷଣ ଦିନ ବିଦ୍ୟାଳୟ ସ୍ତରରେ ପରିଷ୍କାର ପରିଛନ୍ନତା, ଶିକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବା, କୋଭିଡ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱଚ୍ଛତା, ସାମାଜିକ ଦୂରତା ଅବଲମ୍ବନ କରିବା, ସର୍ବାଧିକ ଶିକ୍ଷାର୍ଥୀ ଓ ସମସ୍ତ ଶିକ୍ଷକଙ୍କ ଉପସ୍ଥାନକୁ ସୁନିଶ୍ଚିତ କରିବାପାଇଁ ପିତାମାତାଙ୍କ ସହ ଆଲୋଚନା କରି ପଦକ୍ଷେପ ଦେବାକୁ ୫୫୬୩ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତିା
ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ତରର ଶିକ୍ଷଣ ଉପଲବ୍ଧି ସର୍ବେକ୍ଷଣ ହୋଇଥିବାରୁ ଏବଂ ଏହାର ଫଳାଫଳକୁ ଜାତୀୟ ତଥା ରାଜ୍ୟସ୍ତରରେ ଶୈକ୍ଷିକ ବିକାଶ ପାଇଁ ନୀତିଗତ ନିଷ୍ପତ୍ତି ନେବା, ଶିକ୍ଷଣ ପ୍ରଶିକ୍ଷଣର ଯୋଜନା ପ୍ରସ୍ତୁତ କରିବା, ପାଠ୍ୟକ୍ରମ ପ୍ରସ୍ତୁତି କରିବା ଭଳି କାର୍ଯ୍ୟରେ ବ୍ୟବହାର କରାଯିବା ଏଥିପାଇଁ ଏହାର ସୁପରିଚାଳନା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛିା

0
0
0
s2sdefault