"ଆଇନ ସଚେତନତା ସହିତ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ" l
ରାୟଗଡରୁ ସରୋଜ କୁମାର ସାହୁ: ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ତା.୧୩/୧୧/୨୧ ରିଖ ଦିନ ଜିଲ୍ଲାରେ ମେଗl ଆଇନ ସେବା ଶିବିର ଅନୁଷ୍ଠିତ ହେବ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରାୟଗଡ ଜିଲ୍ଲା ପ୍ରଶାସନ ସହାୟତାରେ ଅନୁଷ୍ଠିତ ହେବ l ଏଥି ନିମନ୍ତେ ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆରକ୍ଷୀ ଅଧିକ୍ଷକ ରାୟଗଡ ଶ୍ରୀ ବିବେକାନନ୍ଦ ଶର୍ମା, ଆଇନ ସେବା ପ୍ରାଧିକରଣ ଜିଲା ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଅତିରିକ୍ତ ପିଡ଼ି, ଡିଆରଡିଏ ଶ୍ରୀ ଭୀମସେନ ଶବର, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ଶିବିର ବିଷୟରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ l ଆଇନ ଉପରେ ସଚେତନତା କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସଚେତନତା କରାଯିବ ଓ ହିତାଧିକାରୀ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ l ଏଥିପାଇଁ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିର ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ l ଏଥିରେ ଵିଶେଷ କରି ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟlଙ୍ଗ ଭତ୍ତା, ଋଣ ଅନୁଦାନ ପତ୍ର, ଜଙ୍ଗଲ ଜମି ପଟ୍ଟା, ଅlନ୍ତଜାତି ବୈବlହିକ ସହାୟତା, ଶିଶୁ ସୁରକ୍ଷା ଶିକ୍ଷା ତରଫରୁ ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ କରାଯିବ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁରକ୍ଷା କବଚ ପ୍ରଦାନ କରାଯିବ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଆଦିମ ଜନଜାତି ମାନଙ୍କୁ ସହାୟତା ପ୍ରଦାନ କରାଯିବା l ଏହାସହିତ ବିଭିନ୍ନ ବ୍ଲକରେ ମଧ୍ୟ ଆଇନ ସହାୟତା ଶିବିର ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସହାୟତା ପ୍ରଦାନ କରାଯିବ l ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ l