ହେଡଲାଇନସ୍:

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା: ଦିବ୍ୟଶଙ୍କରଙ୍କ ବହିଷ୍କାର ତଥା ଗିରଫ ଦାବିରେ ବୋଲଗଡ ବିଜେପିର ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋଲଗଡ଼ ରୁ ପଞ୍ଚାନନ ସ୍ବାଇଁ : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ତଥା ଗିରଫ ଦାବିରେ ଆଜି ବୋଲଗଡ ବିଜେପି ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି | ବୋଲଗଡ଼ ଗୋପବନ୍ଧୁ ଛକ ଠାରୁ ବିଜେପି ନେତା ଓ କର୍ମୀ ମାନେ ଶୋଭାଯାତ୍ରାରେ ବାହାରୀ ବୋଲଗଡ଼ ଥାନା ଆଗରେ ଧାରଣା ଦେଇଥିଲେ । ଏଥିରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦଙ୍କ ଆହ୍ୱାନ କ୍ରମେ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକ, ବିଶ୍ଵଜିତ ସ୍ୱାଇଁ, ଲକ୍ଷ୍ମୀଧର ବଳିୟାରସିଂହ, ବିନ ମହାରଣା ପ୍ରମୁଖ ଶତାଧିକ ଛାମୁଆଁ କର୍ମି ଓ ଜନ ସାଧାରଣଙ୍କ ସହିତ ଲଢୁଆ ନେତାମାନେ ଯୋଗ ଦେଇଥିଲେ । ଏଥିରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ବିଭତ୍ସ ହତ୍ୟା କରି ମାଟିରେ ପୋତିବା ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରି ମନ୍ତ୍ରିଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିସ୍କାର କରି ତାଙ୍କୁ ଗିରଫ କରିବାପାଇଁ ଦାବି କରିଥିଲେ । ପୋଲିସ ପ୍ରଶାସନ ସରକାରଙ୍କର ଚାମଚା ସାଜି କାମ କରୁଛି ବୋଲି ଶାଣିତ ଵିକେପି ନେତା ମାନେ ଅଭିଯୋଗ କରିଥିଲେ | ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବୀରେ ଏତଲା ପ୍ରଦାନ କରିବା ସହ ବ୍ଳକ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା ।

0
0
0
s2sdefault