ବରଗଡ :- ଜୀବନସାରା ପ୍ରତକ୍ଷ ଭାବରେ ଲୋକଙ୍କର ସମସ୍ତ ସୁଖଦୁଃଖ ରେ ସାମିଲ ହୋଇ ସୁନାମ ଅର୍ଜନ କରିଥିବା ଓ ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ଆଜି ବରଗଡ଼ ଜିଲ୍ଲାର ସୁନାମଧନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ଉଦ୍ୟମରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ , ଥାନା ଭେଡେନ , ଜିଲ୍ଲା ବରଗଡ଼
ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତା ଧର ଙ୍କ ସ୍ଵାମୀ ଭୁବନେଶ୍ବର ଧର ଫିତା କାଟି ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ସ୍ୱର୍ଗତା ଧର ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଶିବିର ରୁ ବୁର୍ଲା ଭଣ୍ଡାର ଦ୍ୱାରା ସର୍ବମୋଟ୍ ୪୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏଥିରେ ୧୨ଜଣ ମହିଳା ରକ୍ତ ଦାନ କରିଥିବା ବେଳେ ତିନିଯୋଡ଼ା ପତି ପତ୍ନୀ ରକ୍ତ ଦାନ କରିଥିଲେ । ସ୍ୱର୍ଗତା ଶୈଳବାଳା ଧର ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିଲେ, ଯେଉଁ ଥିରେ ଦୁଇ ଜଣ ଅନ୍ଧ ଦୁନିଆଁ ର ରଙ୍ଗୀନ ଆଲୋକ ଦେଖିଲେ ତା ସହ ତାଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ତାଙ୍କ ସ୍ବାମୀ ଭୁବନେଶ୍ବର ଧର, ପୁଅ ପ୍ରଦୀପ ଧର, ଝିଅ ସୁନିତି ଧର ଙ୍କ ସମେତ ପୁରା ପରିବାର ବର୍ଗ ଙ୍କୁ ସ୍ୱର୍ଗତା ଙ୍କ ଉଦ୍ୟେଶ ରେ ସ୍ମୃତି ଚିନ୍ହ ଓ ମାନପତ୍ର ଦେଇ ନିଷ୍ଠା ପରିବାର ତରଫ ରୁ ମରଣୋତ୍ତର ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର ରେ ନିଷ୍ଠା ପରିବାର ର ଉପଦେଷ୍ଠା ଉମେଶ ପ୍ରଧାନ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ଚିତ୍ର ପ୍ରଧାନ,ଲୋକନାଥ ସାହୁ, ହେମାଞ୍ଚଲ ସାହୁ, ଶତ୍ରୁଘ୍ନ ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।
ରାଜ୍ୟ
ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର
- Hits: 516