ହେଡଲାଇନସ୍:

ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)-ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି । ଶ୍ରୀଯୁକ୍ତ ଅମରଦୀପ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଭକ୍ତ ହରି ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହି ସଭାରେ ଏବିଇଓ ଶ୍ରୀ ଯୁକ୍ତ ଜୟକୁମାର ସାହୁ ଓ ସିଆରସିସି ଶ୍ରୀ ଯୁକ୍ତ ଶେଷ ଦେବ ସାହୁ ପର୍ଯ୍ୟବେକ୍ଷକ ଓ ମାର୍ଗଦର୍ଶକ ଭାବେ ଯୋଗଦେଇ ବିଦ୍ୟାଳୟ ଉନ୍ନତିରେ କମିଟିର ଭୂମିକା ଉପରେ ଆଲୋକପାତ କରିଥିଲେ ।ସେବା ଓ ତ୍ୟାଗ, ଯୋଜନା ଓ ଫଳପ୍ରଦ ଉପରେ ଆଧାରିତ ଏହି ବିଦ୍ୟାଳୟର ଅତୀତ ବୋଲି ଜଣାଇ ଥିଲେ । ଶ୍ରୀ ଯୁକ୍ତ ମେହେର କମିଟି ଗଠନର ଗଣତାନ୍ତ୍ରିକ ଉପାୟ ଦର୍ଶାଇବା ପରେ ଚେୟାରମେନ ପୁରାତନ କମିଟି ଭଙ୍ଗ ଘୋଷଣା କରିଥିଲେ । ନୂତନ କମିଟିରେ ଶ୍ରୀ ଯୁକ୍ତ ସଞ୍ଜୟ କୁମାର ଦାସ ଚେୟାରମେନ ଭାବେ ଓ ଶ୍ରୀମତୀ ଗାୟତ୍ରୀ ସେନ୍ଦ୍ରିଆ ଭାଇସ୍ ଚେୟାରମେନ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ଯୁକ୍ତ ଆକାଶ ସାହୁ, ପ୍ରକାଶ ମିଶ୍ର, ଚୂଡାମଣି ମାଝୀ, ପ୍ରଦୀପ ମହାନନ୍ଦ, ମୀନ କେତନ ମେହେର, ମୀନାକ୍ଷୀ ଗୁଆଲ, ସୀତା ମହାରଣା, ସୁଜାତା ରଣା, ରୀତା ଭୋଇ, ଗୀତା ପଧାନ ସଦସ୍ୟ ଭାବରେ ମନୋନୀତ ହୋଇଥିଲେ । ଶ୍ରୀ ଯୁକ୍ତ ଅଗ୍ରୱାଲ ଏକ ଅଭିଜ୍ଞତା ପୂର୍ଣ୍ଣ ଭାଷଣରେ କମିଟିର କାମ ବିଦ୍ୟାଳୟର ମାର୍ଗ ହୋଇଥାଏ ବୋଲି ଜଣାଇ ଥିଲେ । ସଭାଟିକୁ ଠିକ୍ ଭାବରେ ପରିଚାଳିତ କରିବାରେ ଶିକ୍ଷକ ଲଳିତ ମୋହନ ଲୁହାର, ଦେବାନନ୍ଦ ତୁରିଆ,ଗଉର ହୋତା, ସୁବ୍ରତ ଚାନ୍ଦ, ଶିକ୍ଷୟିତ୍ରୀ ସଂଯୁକ୍ତା ରଥ,ସୁବାସିନୀ କଣ୍ଟା,ପ୍ରେମଶିଳା ପ୍ରଧାନ,ସାଗରୀକା ଯୋଷୀ,ନୀଳିମା ପ୍ରଧାନ,ସଙ୍ଘମିତ୍ରା ଭୋଇ, ସସ୍ମିତା ଦାଶ ଓ ମଧୁସ୍ମିତା ବାରିକ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସଂଯୁକ୍ତା ରଥ ନୂତନ ପରିଚାଳନା କମିଟିର ସ୍ବାଗତ କରିଥିଲେ ଓ ଅତିଥି, ଅଧିକାରୀ, ପୁରାତନ କମିଟି, ପିତା ମାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault