ହେଡଲାଇନସ୍:

ଠିକା କାମକୁ ନେଇ ସାମ୍ବାଦିକ ଓ ନାଏବ ସରପଞ୍ଚ ମଧ୍ୟରେ ଛକାପଞ୍ଝା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ଜିଲ୍ଲା ସଦର ବ୍ଲକର ଗୌଡଗୁଡା ପଞ୍ଚାୟତର ନାଏବ ସରପଞ୍ଚ ନିରଞ୍ଜନ ହାଲଦାର ଓ ଏକ ଛାପା ଗଣ ମଧ୍ୟମର ସାମ୍ବାଦିକ ଅସୀମ ବିଶ୍ବାସଙ୍କ ମଧ୍ୟରେ ଠିକା କାମକୁ ନେଇ ଶୀତଳ ଯୁଦ୍ଧ ଜାରି ହୋଇଛି । ପରସ୍ପର ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ସାମ୍ବାଦିକ ଶ୍ରୀ ବିଶ୍ବାସ ଏକ ଖବର ପ୍ରସାରଣ କରିଥିବାରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ଯୋଜନା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଏହାର ପାଲଟା ଜବାବ ଦେଇ ମୋ ନାମରେ ମିଥ୍ୟା ଅଭିଯୋଗ ଆଣିବା ସହ ଜଣେ ୫ମ ଶ୍ରେଣୀ ପାସ ବ୍ୟକ୍ତି କିଭଳି ସାମ୍ବାଦିକ ହେଲେ ଓ ୫ ଲକ୍ଷର ଠିକା କାମ ପାଇଁ ସେ ବ୍ଲକ ଅଧକ୍ଷଙ୍କୁ ୨୦ ହଜାର ଟଙ୍କା ହାତଗୁଂଜା ଦେଇଥିବା ବେଳେ ନିଜେ ନିମ୍ନ ମାନର ଠିକା କାମ କରି ଜନ୍ତ୍ରୀ ଓ ଅଧିକାରୀଙ୍କୁ ବିଲ ପାସ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରି ଗୌଡଗୁଡା ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀ ହାଲଦାର ଆଜି ସାମ୍ବାଦିକ ସଙ୍ଘ ଗୁଡିକୁ ଲିଖିତ ଭାବେ ଜଣାଇଛନ୍ତି । ତେବେ ସୂଚନା ଅନୁଯାୟୀ ଗୌଡଗୁଡା ପଞ୍ଚାୟତରେ ୫ଲକ୍ଷ ଟଙ୍କାର ଏକ ସରକାରୀ ଠିକା କାମକୁ ନେଇ କେତକ ନିର୍ବାଚିତ ଜନ ପ୍ରତିନିଧି ବିଡିଓ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ନାଏକ ସରପଞ୍ଚ ଙ୍କୁ କାମଟି ଦେବାପାଇଁ ସୁପାରିଶ କରିଥିବା ବେଳେ ଅନ୍ୟ କେତକ ଜନ ପ୍ରତିନିଧି ଉକ୍ତ କାମକୁ ସାମ୍ବାଦିକ ଶ୍ରୀ ବିଶ୍ବାସଙ୍କ ପାଇଁ ସୁପାରିଶ କରିଥିବା ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ତିକ୍ତତା ବଢିଥିଲା । ତେବେ ଏଥିପାଇଁ ଉନ୍ନୟନ କାର୍ଯ୍ଯରେ ବାଧା ଉପୁଜିଥିବାରୁ ସାମ୍ବାଦିକ ଅସୀମ ବିଶ୍ବାସ ଖବର ପ୍ରସାରଣ କରିଥିଲେ । ତେବେ ନାଏବ ସରପଞ୍ଚଙ୍କ ମତାମତ ନ ନେଇ ତାଙ୍କ ନାମରେ ଭୁଲ ତଥ୍ୟରେ ଖବର ପ୍ରସାରଣ କରିଥିବା କହି ନାଏବ ସରପଞ୍ଚ ଅଭିଯୋଗ କରିଛନ୍ତି । ଯାହା ଫଳରେ ସାମ୍ବାଦିକ ଶ୍ରୀ ବିଶ୍ବାସଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସାମ୍ବାଦିକ ହୋଇ ଠିକାଦାର କାମ କରିବାକୁ ନେଇ ନାଏବ ସରପଞ୍ଚ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସାମ୍ବାଦିକ ଶ୍ରୀ ବିଶ୍ବାସ ଯେଉଁ ସବୁ କାମ କରିଛନ୍ତି ତାହା ନିମ୍ନ ମାନର କରି ଜନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଇ ନିଜର ବିଲ କରାଇ ଦେଉଥିବା ନାଏବ ସରପଞ୍ଚ ଶ୍ରୀ ହାଲଦାର ଅଭିଯୋଗ କରିଛନ୍ତି । ଏ ସମ୍ବନ୍ଧରେ ସାମ୍ବାଦିକ ଶ୍ରୀ ବିଶ୍ବାସ ମାଲକାନଗିରି ଥାନାରେ ନାଏବ ସରପଞ୍ଚଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିବା ସହ ନାଏବ ସରପଞ୍ଚଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ନାଏବ ସରପଞ୍ଚଙ୍କ ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ବିଶ୍ବାସ କହିଛନ୍ତି ଯେ ମୁ ମାଲକାନଗିରି ଜିଲ୍ଲାରେ ଦଶମ ଶ୍ରେଣୀ ଜାଏଁ ଶିକ୍ଷା ଲାଭ ପରେ ଦିଲ୍ଲୀ ଯାଇ ମହାବିଦ୍ୟାଳୟରେ ପଢିଛି ଓ ମୁଁ ସାମ୍ବାଦିକ ହେଲେ ସୁଦ୍ଧା ମୋର ପରିବାର ପ୍ରତିପୋଷଣ ପାଇଁ ଠିକାଦାର କାମ କରୁଥିବା ସେ ପ୍ରକାଶ କରିଛନ୍ତି । ଏହାସହ ଖବର ପ୍ରସାରଣ ଯୋଗୁଁ ମୋ ଜୀବନ ପ୍ରତି ବିପଦ ଏବଂ ମୋର ସମାଜରେ ମାନହାନି ହେଉଥିବା ସାମ୍ବାଦିକ ଶ୍ରୀ ବିଶ୍ବାସ ଅଭିଯୋଗ କରିଛନ୍ତି ।

0
0
0
s2sdefault