ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲାର ରବି ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ଵାରା ଆହୁତ ଏହି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଭାପତିତ୍ଵରେ କରିଥିଲେ । ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଥା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଭାରତୀୟ କପା ନିଗମର (ଏଜିଏମ), ଅଗ୍ରଣୀ ବ୍ୟାଙ୍କ ମେନେଜର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ଉପ ନିବନ୍ଧକ , କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ, ବଡନାଳ ଜଳସେଚନ ପ୍ରୋଜେକ୍ଟର ନିର୍ବାହିଯନ୍ତ୍ରୀ , ଉଠା ଜଳ ସେଚନ ନିଗମର ନିର୍ବାହିଯନ୍ତ୍ରୀ, ମଧ୍ୟମ ଜଳସେଚନ ପ୍ରୋଜେକ୍ଟର ନିର୍ବାହିଯନ୍ତ୍ରୀ, କୃଷି ଯନ୍ତ୍ରପାତି ବିଭାଗର ନିର୍ବାହିଯନ୍ତ୍ରୀ, ରାୟଗଡ଼, ମୁନିଗୁଡା ଓ ଗୁଣୁପୁରର କୃଷି ଜିଲ୍ଲା ଅଧିକାରୀ , ଜିଲ୍ଲା ମ୍ୟାନେଜର, ଓଡିଶା କୃଷି ଶିଳ୍ପ ନିଗମ , ଜୋନାଲ ମ୍ୟାନେଜର , ରାଜ୍ୟ ବିହନ ନିଗମ , ଜୟପୁର ଓ ବିଭିନ୍ନ ସାର ଯୋଗାଣ କାରୀ କମ୍ପାନୀ ମାନଙ୍କର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ବିହନ ଓ ସାର ଯୋଗାଣ , ଫସଲଋଣ , ମାଟି ପରୀକ୍ଷା ଓ ମୂର୍ତ୍ତିକ। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ , ସମନ୍ନିତ ରୋଗ ପୋକ ପରିଚାଳନା , ଜୈବିକ କୃଷି, ଧାନ ପରିବର୍ତେ ଅଣଧାନ ଚାଷ , ଫାର୍ମ ପୋଖରୀ ଓ କୃଷକ ତାଲିମ ଉପରେ ବିଶଦ ଭାବରେ ଆଲୋଚନା କରଯାଇଥିଲା । ଜିଲ୍ଲାପାଳଙ୍କ ନେତୃତରେ ଗତ ଖରିଫ ଋତୁରେ ସାର ବଣ୍ଟନ ଓ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ସୁରୁଖୁରୁରେ କାର୍ଯ୍ୟକାରି ହୋଇଥିବାରୁ ସନ୍ତୋଷ ପ୍ରାକାଶ କରଯାଇଥିଲା । ମୋଟ ୧୮୬୩୬୦ ହେକ୍ଟର ଜମିରେ ଖରିଫ ଫସଲ ମଧ୍ୟରୁ ଧାନ ୪୬୬୩୦ ହେକ୍ଟର କପା ୪୫୦୮୪ ହେକ୍ଟର ମଣ୍ଡିଆ ୨୦୨୩୨ ହେକ୍ଟର ଓ ହରଡ ୧୪୩୨୩ ହେକ୍ଟର ମୁଖ୍ୟ ଫସଲ ଭାବରେ ଚାଷ କରାଯାଇଅଛି । ଚଳିତ ବର୍ଷ ଅନୁକୂଳ ପାଣିପାଗ ଥିବାରୁ କପା ଉପ୍ତାଦନ ୬୯୦୦୦୦ କୁଇଣ୍ଟାଲ ଆଶା କରାଯାଉଅଛି । କପା ର ସର୍ବନିମ୍ନ ସହାୟକ ମୂଲ୍ୟ ୬୦୨୫ କୁଇଣ୍ଟାଲ ଥିଲେ ମଧ୍ୟ ଖୋଲା ବଜାରରେ ଏହା ପ୍ରାୟ ୭୦୦୦ ରୁ ଅଧିକ ଥିବାରୁ ଚାଷୀ ବିଶେଷ ଲାଭବାନ ହେବେ ବୋଲି ଭାରତୀୟ କପା ନିଗମର ସହକାରୀ ମ୍ୟାନେଜର ସଭାରେ ପ୍ରକାଶ କରିଥିଲେ । ଚଳିତ ବର୍ଷ କନ୍ଧମାଳ ଓ କୋରାପୁଟ ଜିଲ୍ଲାର କପା ଚାଷୀମାନେ ରାୟଗଡ଼ ସ୍ଥିତ ମିଲ ଗୁଡିକରେ କପା ବିକ୍ରୟ କରିବାପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର (ଇ-ଏନଏଏମ) ଜରିଆରେ ବିକ୍ରିବଟା କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ସଚିବ ମାନଙ୍କୁ ନିର୍ଦେଶ ଦେଇଥିଲେ । ରାୟଗଡ଼ ଜିଲ୍ଲାର ଓଡିଶା ମିଲେଟ ମିଶନ ଏକ ସଫଳ ରୂପାୟନ। ଏ ବର୍ଷ ପ୍ରାୟ ୪୦୦୦୦ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଚାଷୀମାନେ କିପରି ସୁରୁଖୁରୁରେ ମାଣ୍ଡିଆ ବିକ୍ରୟ କରି ୩ ଦିନ ମଧ୍ୟରେ ତାଙ୍କର ପ୍ରାପ୍ୟ ପାଇବେ ତାହା ଧ୍ୟାନ ଦେବାକୁ ଜିଲ୍ଲାପାଳ ଆଦିବାସୀ ଉନ୍ନୟନ ଶାଖା ପରିଚାଳକଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ୬୦୦୦ କୁଇଣ୍ଟାଲ ହରଡ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଚାଷୀ ମାନେ ଅଭାବି ବିକ୍ରିର ଯେପରି ସମୁଖୀନ ନହୁଅନ୍ତି ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ରବି ଋତୁରେ ସୂର୍ଯ୍ୟମୁଖି ଚାଷ ଅଧିକରୁ ଅଧିକ ଜମିରେ କରିବା ଓ ଜଳ ସେଚନର ସଦୁପଯୋଗ କରି ଫସଲ କରିବା ପାଇଁ ଜିଲ୍ଲାପାଳ କୃଷି ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏ ବର୍ଷ ରବି ଋତୁରେ ବଡନାଳ ଜଳସେଚନ ପ୍ରକଳ୍ପରୁ ଜଳ ସେଚନ ହେବ ନାହିଁ ତେଣୁ ଅଣ ଧାନ ଚାଷ, ସାର ଓ ବିହନ ଯୋଗାଣ, ଜୈବିକ କୃଷି , ମାଟି ପରୀକ୍ଷା ଆଦି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ କୃଷି ଓ ଆନୁଷାଙ୍ଗିକ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବହୁତ ଫଳପ୍ରଦ ଆଲୋଚନା କରିଥିଲେ ।
ରାଜ୍ୟ
କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ
- Hits: 316