ହେଡଲାଇନସ୍:

ଇନ୍ଦିରା ଗାନ୍ଧୀ ଙ୍କ 37 ତମ ଶ୍ରାଦ୍ଧ ଦିବସକୁ ସଂକଳ୍ପ ଦିବସ ଭାବେ ପାଳନକଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ବିଶ୍ୱ ଵରଣ୍ୟ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଙ୍କ 37ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଯାଜପୁର ଜିଲ୍ଲା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସମାବେଶ ଆୟୋଜନ କରାଯାଇଥିଲା!ବ୍ୟାସନଗର ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଅଧକ୍ଷ ପଦ୍ମନାଭ ନାୟକ ଙ୍କ ଅଧକ୍ଷତା ରେ ଏକ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି!ସଭାର ପ୍ରାରମ୍ଭରେ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦେବା ସହିତ 2ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା!ଏହି ସଭାରେ ମୁଖ୍ୟଅତିଥି ଭାବେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଉଦବୋଧନ ଦେଇ କହିଲେକି ଆଜକୁ 37ବର୍ଷ ତଳେ ଅକ୍ଟୋବର 30 ତାରିଖ 1984ମସିହାରେ ବ୍ୟାସନଗର ମାଟିରେ ଶ୍ରୀମତୀ ଇନ୍ଦିରାଜୀ ଙ୍କ ଶେଷ ଅଭିଭାଷଣ ରେ ପ୍ରକାଶ କରି କହିଥିଲେ କି ଦେଶରେ ସାମ୍ପ୍ରତିକ ପରିସ୍ଥିତି କୁ ମୁକାବିଲା କରିବାକୁ ହେଲେ ବିଛିନତାବାଦୀ ଶକ୍ତି ବିରୁଦ୍ଧରେ ଏକତ୍ରିତ ହେବାକୁ ହେଲେ ଜଣେ ଇନ୍ଦିରା ନୁହେଁ ଲକ୍ଷ ଲକ୍ଷ ଇନ୍ଦିରା ସୃଷ୍ଟି କରିବା ଯାହା ମୋର ଶେଷ ରକ୍ତ ବିନ୍ଦୁ ଥିବାପର୍ଯ୍ୟନ୍ତ ଦେଶର ଅଖଣ୍ଡତା ଓ ସାର୍ବଭୋମତ୍ତ୍ୱ ପ୍ରତି ଆଘାତ ସୃଷ୍ଟି କରିବା କଷ୍ଟଦାୟକ ହେବ ତତ ସହିତ ଇନ୍ଦିରା ଗାନ୍ଧୀ ଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଏବେକାର ଭାଇ ଜେ ପି ସରକାର ପରିବର୍ତ୍ତନ କରି ବ୍ୟକ୍ତିଗତ ମାଲିକାନା ହାତରେ ଟେକିଦେଉଥିବାରୁ ଶ୍ରୀ ମହାନ୍ତି ଦୃଢ଼ ସମାଲୋଚନା କରିବା ସହିତ କଂଗ୍ରେସ ମୁକ୍ତ ଭାରତ ବାର୍ତ୍ତା ଦେଉଥିବା ସ୍ରମ୍ପ୍ରଦାୟିକତା ଦଳ ବିରୁଦ୍ଧରେ ଏକତ୍ରିତ ହେବାକୁ ହେଲେ ଆଜିର ଦିବସ କୁ ସଂକଳ୍ପ ଦିବସ ଭାବେ ପାଳନ କରୁଥିବାରୁ ସେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ!ଅନ୍ୟମାନଙ୍କ ମଧ୍ୟରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ସଂଯୋଜିକା ଜେମାମଣୀ କୂଅଁର, ପ୍ରଶିକ୍ଷଣ ସଂଯୋଜକ ରବୀନ୍ଦ୍ର ଥାନ୍ଦାର, କୋରେଇ ସଂଯୋଜକ ସେକ ଆତାର ଉଦ୍ଦିନ ଅହମ୍ମଦ, ସୁନିତା ଦାସ, ମହେନ୍ଦ୍ର ମହାପାତ୍ର, ବିଦ୍ୟାଧର ଜେନା, ମଧୁସୂଦନ ଓଝା, ଆଲୋକ ଜେନା, ଉମାରାଣୀ ଜେନା ଓ ପ୍ରମିଳା ଯେନା ପ୍ରମୁଖ ସଂକଳ୍ପ ଦିବସ ରେ ଶପଥ ନେଇ ପ୍ରକାଶ କରିଥିଲେ କି ଇନ୍ଦିରା ଜୀ ଙ୍କ ବଳିଦାନ ଦେଶର ଏକତା ଅଖଣ୍ଡତା ସୁରକ୍ଷିତ ସହିତ କେନ୍ଦ୍ର ସରକାର ପୁଞ୍ଜିପତି ଙ୍କର ରକ୍ଷାକବଚ ସାଜି କୃଷକ, ଶ୍ରମିକ, ବେକାର ଯୁବକ ଯୁବତୀ ଓ ସାଧାରଣ ଜନତା ଙ୍କ ଅଧିକାର ପ୍ରତି କୁଠାରଘାତ କରୁଥିବା ପଦକ୍ଷେପ କୁ ଆଗାମୀ ଦିନରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସ ର ପତାକା ତଳେ ଏକତ୍ରିତ ହୋଇ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ!

0
0
0
s2sdefault