ହେଡଲାଇନସ୍:

ଡିସେମ୍ବର ୧ରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ ଅନିମେଶ ପଟ୍ଟନାୟକ : ପୁରୀବାସୀଙ୍କ ପାଇଁ ଆସିଲା ନୂଆ ନିୟମ । ଡିସେମ୍ବର ପହିଲାରୁ ପୂର୍ବ ଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ । ବିଭିନ୍ନ ସଂଗଠନର ଉଦ୍ୟମ ଫଳରେ ବୁଧବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ନିଷ୍ପତ୍ତି ମୁତାବକ ସହରବାସୀ କୋଭିଡ ନିୟମ ସହ ଦ୍ୱିତୀୟ ଡୋଜ ଟିକାର ପ୍ରମାଣ ପତ୍ର ସହ ଆଧାର ଓ ଆବଶ୍ୟକ ଦସ୍ତାବିଜ ଦେଖାଇ ଉପରୋକ୍ତ ଦୁଇ ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିପାରିବେ । କାର୍ତ୍ତିକ ମାସ ହେତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିଲେ ପୁରୀବାସୀ । ଶ୍ରୀମନ୍ଦିର ପରିଚାଳନା କମିଟିର ଏଭଳି ନିଷ୍ପତ୍ତି ପୁରୀବାସୀଙ୍କ ମନରେ ଆନନ୍ଦ ଆଣିଦେଇଛି ।

0
0
0
s2sdefault