ହେଡଲାଇନସ୍:

ବଦଳିଲା ଠିକା କର୍ମଚାରୀଙ୍କ ନାଁ : କୁହାଯିବ ଇନିସିଆଲ ଆପଏଣ୍ଟିଜ୍

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଢ଼ିଲା ପାରିଶ୍ରମିକ : ପ୍ରଥମ ବର୍ଷରୁ ପାଇବେ ସ୍ଥାୟୀ ନିଯୁକ୍ତିର ୫୦% ଦରମା 

ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହର ଲକ୍ଷ୍ୟ

ଭୁବନେଶ୍ୱର: ଠିକା କର୍ମଚାରୀ ଆଉ ନିଯୁକ୍ତ ହେବେନି | ବଦଳିଲା ଠିକା କର୍ମଚାରୀଙ୍କ ନାଁ | ସେମାନଙ୍କୁ ଆଉ ଠିକା କର୍ମଚାରୀ କୁହାଯିବନି, କୁହାଯିବ ଇନିସିଆଲ ଆପଏଣ୍ଟିଜ୍ । ଠିକା ଭିତ୍ତିରେ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା । ଏବେ ପ୍ରଥମ ବର୍ଷରୁ ସ୍ଥାୟୀ ନିଯୁକ୍ତିର ୫୦% ଦରମା ପାଇବେ । ଠିକା କର୍ମଚାରୀଙ୍କୁ ମିଳିବ ମେଡିକାଲ ଟ୍ରିଟମେଣ୍ଟ ରିମ୍ବର୍ସମେଣ୍ଟ ସୁବିଧା । ବର୍ଦ୍ଧିତ ପାରିଶ୍ରମିକ ଓ ଅନ୍ୟାନ୍ୟ ବାବଦରେ ବାର୍ଷିକ ରାଜ୍ୟ ସରକାର ୨୫୦ କୋଟି ଅତିରିକ୍ତ ଖର୍ଚ୍ଚ ବହନ କରିବେ । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି ।

(କ୍ୟାବିନେଟ୍ ବୈଠକ ପରେ ମଂଜୁର ପ୍ରସ୍ତାବ ଉପରେ  ସୂଚନା ଦେଉଛନ୍ତି ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ, ନଗର  ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା) 


ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୧୨ ଲକ୍ଷ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ୧୨୮୦କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏ ସମ୍ପର୍କୀତ ୩ଟି ଟେଣ୍ଡରକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ସେହିପରି ଓଡିଶା ଅବକାରୀ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ, ବୈଧ ମାପ ବିଜ୍ଞାନ ସେବା କ୍ୟାଡର ପୁର୍ନବିନ୍ୟାସ, ଲୋକାୟୁକ୍ତ ରିପୋର୍ଟ ୨୦୨୦ ଓ ବେସାମରିକ ଯୋଗାଣ ନିଯୁକ୍ତି ସର୍ତ୍ତାବଳୀ ଏବଂ ଖରିଫ୍ ୨୦୨୧-୨୨ ଖାଦ୍ୟ ସଂଗ୍ରହ ନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିବା ବେଳେ । ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି । ନଭେମ୍ବର ୨୦୨୧ରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଓ ମେ ୨୦୨୨ରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ |

0
0
0
s2sdefault