ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ରବିବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବାହାରିଥିବା ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ରଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ପ୍ରଦୀପ କୁମାର ପାତ୍ର ଏବଂ ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ପରେ ସଚେତନତା ରଥ ସହର ଅଭିମୁଖେ ପରିକ୍ରମା କରିଥିଲା।
ଏହାପରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ସିଡିଏମଓଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସଚେତନତା ସଭା କାର୍ଯ୍ୟକ୍ରମରେ ସିଡିଏମଓ: ଡାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଆଜାଦିକା ଅମୃତ ମହୋତ୍ସବ ଓ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।
ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଅତିଥି ଭାବେ ଯୋଗଦେଇ ଆଜାଦିକା ଅମୃତ ମହୋତ୍ସବ ଓ ଚାଲିଥିବା ପାନ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ସମେତ ଦିବସ ପାଳନର ବିଭିନ୍ନ ଦିଗ ସମ୍ପର୍କରେ କହି ମାଗଣା ଆଇନସେବା ଉପଲବ୍ଧ ଓ ମାନସିକ ସ୍ୱାସ୍ଥ୍ୟ ରୋଗର ଲକ୍ଷଣ ଓ ତାର ନିରାକରଣ ବିଷୟରେ କହି ସନ୍ତୁଳିତ ଓ ଶୃଙ୍ଖଳିତ ଦୈନନ୍ଦିନ ଜୀବନଶୈଳୀ ବିଷୟରେ ବୁଝାଇଥିଲେ।
ମୁଖ୍ୟତଃ ଶାରୀରିକ କି ଭୌଗୋଳିକ କି , ସାମାଜିକ କି ଆଇନଗତ ବ୍ୟାଧି ହେଉ , ସେମାନଙ୍କୁ ଯଦି ଚିହ୍ନଟ ସହ ଠିକ୍ କରି କର୍ମଠ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବା , ତା'ହେଲେ ଆଜାଦିକା ଅମୃତ ମହୋତ୍ସବର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜେଏମଏଫସି (ଓଏଡବ୍ଲ୍ୟୁ) ମାଜିଷ୍ଟ୍ରେଟ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ,ଡିପିଏଚଓ ଡାଃ ମୁବାରକ ଅଲ୍ଲୀ , ଡିଏମଓ: ଡାଃ ପ୍ରମୋଦ କୁମାର ପଣ୍ଡା , ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ମାନସିକ ଅନଗ୍ରସର ବିଦ୍ୟାଳୟ "ନିୟତି" ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ କଣ , ତାର ଲକ୍ଷଣ , ଚିହ୍ନଟ , ନିରାକରଣ , ଔଷଧ ସେବନ ଓ ଦୈନନ୍ଦିନ ଜୀବନ ଶୈଳୀ କିଭଳି ହେବା ଉଚିତ ସେ ସବୁର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।
ଏହାପରେ ଏକ କୁଇଜ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଦିଆଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ , ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶ୍ରୀ ପ୍ରାଣ ରଞ୍ଜନ ନାୟକ ଏବଂ ଧନ୍ୟବାଦ ଦେଇଥିଲେ ଡିଏମଆରସିଏଚ: ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ। ଏହି ସମସ୍ତ କାର୍ଯ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟକର୍ମୀ , ଏଏନଏମ:, ଆଶାକର୍ମୀ , ଏ ଏନ୍ ଏମ୍ ଟ୍ରେନିଂ ଛାତ୍ରୀ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରାଧିକରଣର କର୍ମଚାରୀ , ଏବଂ ପ୍ୟାନେଲ ଲୋୟର ପ୍ରମୁଖ ମାନେ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କାର୍ଯ୍ୟାଳୟର ରଘୁ ନନ୍ଦନ ଦାସ ଓ କାହ୍ନୁ ଚରଣ ପଣ୍ଡା ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ-୨୦୨୧
- Hits: 327