ହେଡଲାଇନସ୍:

ଲଖିମପୁର ଯିବାକୁ ରାହୁଲଙ୍କୁ ଅନୁମତି ଦେଲେନି ଯୋଗୀ ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍ତରପ୍ରଦେଶ: ରାହୁଲଙ୍କୁ ଲଖିମପୁର ଆସିବାକୁ ମିଳିଲାନି ଅନୁମତି । ମଙ୍ଗଳବାର ବିଳମ୍ବିତ ରାତିରେ ଯୋଗୀ ସରକାର ରାହୁଲଙ୍କ ଲଖିମପୁର ଖେରା ପରିଦର୍ଶନକୁ ମନା କରିଛନ୍ତି । ଗତ ରବିବାର ହିଂସା ପରେ ସେଠାରେ ୧୪୪ ଧାରା ଲାଗିଥିବାରୁ ରାହୁଲଙ୍କୁ ବାରଣ କରାଯାଇଥିବା ଉତ୍ତରପ୍ରଦେଶ ସରକାର ତରଫରୁ କୁହାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ରାହୁଲଙ୍କ ନେତୃତ୍ୱାଧୀନ ୫ଜଣ ପ୍ରତିନିଧୀଙ୍କ ପାଇଁ ଅନୁମତି ମାଗିଥିଲେ।

ଅନୁମତି ନ ମିଳିବା ପରେ ଯୋଗୀ ସରକାରଙ୍କୁ କଡା ଜବାବ ରଖିଛନ୍ତି ରାହୁଲ । ଯେଉଁ ପ୍ରିୟଙ୍କାଙ୍କୁ ଗିରଫ କରି ରଖା ଯାଇଛି ସେ ଜଣେ ସଚ୍ଚା କଂଗ୍ରେସି, ସେ ଡରନ୍ତିନି । ପ୍ରିୟଙ୍କା ମୁ ଜାଣେ ତୁମେ ପଛକୁ ହଟିବନି, ତୁମର ଏ ସାହସ ଓ ପଦକ୍ଷେପରେ ଯୋଗୀ ସରକାର ଡରିଯାଇଛନ୍ତି । ନ୍ୟାୟର ଏହି ଅହିଂସାତ୍ମକ ଲଢେଇରେ ଆମେ ଦେଶର ଅନ୍ନଦାତାଙ୍କୁ ବିଜୟୀ କରାଇକି ରହିବା ବୋଲି ଭଉଣୀ ପ୍ରିୟଙ୍କାଙ୍କ ଉଦ୍ଦେଶ୍ୟରେ ଟୁଇଟ କରି କହିଛନ୍ତି ରାହୁଲ ଗାନ୍ଧୀ ।

ସୂଚନା ମୁତାବକ, ରାହୁଲ ନିଜ ସହ ୫ଜଣିଆ ପ୍ରତିନିଧୀଙ୍କୁ ନେଇ ଲଖିମପୁର ଖେରା ପରିଦର୍ଶନ ସହ ପ୍ରିୟଙ୍କାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଥିଲା । ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ଗିରଫ କରି ପିଏସି ଗେଷ୍ଟ ହାଉସରେ ରଖିଛି । ଗେଷ୍ଟ ହାଉସକୁ ଅସ୍ଥାୟୀ ଜେଲ ଭାବେ ଘୋଷଣା କରାଯିଇଛି ।

0
0
0
s2sdefault