ହେଡଲାଇନସ୍:

ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଅସହାୟଙ୍କୁ ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ/ ସନ୍ତୋଷ ମେହେର :ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତର ଶଙ୍ଖାମାଳ ଗ୍ରାମର ଅସହାୟ ବିଧବା ମହିଳା କୋକେଇ ବେହେରା (35) ଓ ଝିଅ ଲଭଲୀ ବେହେରା(9)ଙ୍କୁ ଆଜି ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଚୂଡ଼ା, ଚାଉଳ, ଶାଢ଼ୀ, ଡ୍ରେସ, ରାସନ ସାମଗ୍ରୀ ପ୍ରଦାନ କରାଯାଇଛି I କୋକେଇଙ୍କର ସ୍ୱାମୀ ଏବର୍ଷ ମୃତ୍ୟୁ ବରଣ କରିଥିବା ବେଳେ ଏକୁଟିଆ ରୋଜଗାର କରି ଝିଅକୁ ନେଇ ଚଳିବା ବହୁ କଷ୍ଟ ହୋଇପଡିଛି I କୋକେଇଙ୍କର ଦୁଃଖ ଜାଣିବା ପାରେ ଆଜି ଆଞ୍ଚଳିକ ସେବା ସଂସଦ ପକ୍ଷରୁ ପ୍ରତାପ ଚନ୍ଦ୍ର କର୍ଣ୍ଣ,ମିଳନ ପ୍ରଧାନ, ସୁମନ୍ତ ପ୍ରଧାନ,ହିମାଞ୍ଚଳ ପ୍ରଧାନ ଆଦି ସଭ୍ୟ ମାନେ ତାଙ୍କ ଘରକୁ ଯାଇ ଯଥା ସମ୍ଭବ ସହାୟତା ପ୍ରଦାନ କରିଛନ୍ତି I ତେବେ କୋକେଇଙ୍କୁ ତୁରନ୍ତ ବିଧବା ଭତା ପ୍ରଦାନ ସହିତ ଏକ ଆବାସ ଯୋଜନା ରେ ଘର ଯୋଗେଇ ଦେବା ପାଇଁ ସଂସଦ ତରଫରୁ ଦାବି ହେଉଛି I

0
0
0
s2sdefault