ପଦ୍ମପୁର(ଶାସକପ୍ରଶାସକ)- ଦିନକୁ ଦିନ ବଢି ଚାଲିଛି ନିଶା ବେପାରୀଙ୍କ ଦୌରାତ୍ମ । ଟଙ୍କା ଲୋଭରେ ଯୁବ ପିଢିଙ୍କୁ ଜହର ସଦୄଶ୍ୟ ନିଶା ଔଷଧ ବିକ୍ରି କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି । ପଦ୍ମପୁର ସହରରେ କୋରେକ୍ସ ବିକ୍ରି କରୁଥିବା ବେଲେ ପଦ୍ମପୁର ବିଜୟନଗରର ଅନୀଲ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ପଦ୍ମପୁର ପୋଲିସ ଗିରଫ କରିଛି । ଗିରଫ ଅନିଲ ଠାରୁ ୨୦ ଲିଟର ଅପମିଶ୍ରିତ କୋରେକ୍ସ,୧୫ ଗୋଟି ଏସକପ ସିରଫ, ଦୁଇ ଷ୍ଟ୍ରିପ ନିଶା ବଟିକା ,ଗୋଟିଏ ସାମସଙ୍ଗ ମୋବାଇଲ ଓ ଗୋଟିଏ ମୋଟର ସାଇକେଲ (ସିଜି-୦୬-୦୫୪୪) ଜବତ କରି ପଦ୍ମପୁର ଥାନା କେଶ ନମ୍ବର ୨୦୬ ତା.୧୯/୦୯/୨୦୨୧ରେ ୨୭୪/୨୭୫ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟ
ନିଶା ବେପାରୀ ଗିରଫ
- Hits: 1753