ମୟୂରଭଞ୍ଜ (ଶାସକ ପ୍ରଶାସକ) - ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିରହିଥିବା ଅମର୍ଦା ଏୟାରଷ୍ଟ୍ରିପ୍ ରୁ ଏଥର ଉଡିବ ବିମାନ । କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଏହି ବିମାନ ଉଡାନ ଭରିବ । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁକସାଖୀ ତଥା ଏସିଆ ମହାଦେଶର ସର୍ବବୃହତ୍ ଏୟାରଷ୍ଟ୍ରିପ୍ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ଥିବା ଏହି ଏୟାରଷ୍ଟ୍ରିପ୍ ବହୁତ ବର୍ଷ ଧରି ଅବହେଳିତ ହୋଇ ପଡିଥିଲା । ଏହି ଏୟାରଷ୍ଟ୍ରିପ୍ କୁ ବାରମ୍ବାର ଦାବୀ ହୋଇଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ତେବେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଓ ଚାରିଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିବା ସହିତ ସର୍ବଶେଷ ରିପୋର୍ଟ ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରଦାନ କରିବେ ବୋଲି ଏହି ଟିମ୍ କହିଥିଲେ । ତେବେ ବିମାନ ଉଡିବାର ଆଶା ଉଜ୍ଜିବୀତ ହୋଇଛି । ଏ ନେଇ ସ୍ଥାନୀୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ର ସରକାର ଅନ୍ୟପଟେ ଏହି ଏୟାରଷ୍ଟ୍ରିପ୍ ବିମାନ ଉଡାଣକୁ ନେଇ ଦୃଢକ୍ତି ପ୍ରକାଶ କରିବା ସହିତ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଓ ମୟୂରଭଞ୍ଜ ମହାରାଜା ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସ୍ୱାଗତ କରିଛନ୍ତି
ରାଜ୍ୟ
ଏସିଆ ମହାଦେଶର ସର୍ବବୃହତ୍ ଏୟାର ଷ୍ଟ୍ରିପ ରୁ ଉଡିବ ବିମାନ : ଯୋଜନା ଉଡାନ୍
- Hits: 332