ହେଡଲାଇନସ୍:

ସୋହେଲାରେ ମେଗା ରକ୍ତଦାନ ଶିବିର: ରେକର୍ଡ 112 ୟୁନିଟ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା / ବରଗଡ଼ :- ସାର୍ବଜନୀନ ନାମଯଜ୍ଞ କମିଟି ସୋହେଲା ର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ମୋ ପରିବାର ର ସଦସ୍ୟ ତଥା ବରଗଡ ଜିଲ୍ଲା ଜୀବନ ବିନ୍ଦୁ ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ ସାର୍ବଜନୀନ ନାମଯଜ୍ଞ କମିଟି ସୋହେଲା ର ସଭାପତି ଶ୍ରୀମାନ ମନୋରଞ୍ଜନ ସାହୁ ତଥା କମିଟି ର ସଦସ୍ୟ ମାନଙ୍କ ଏଭଳି ମହତ କାର୍ଯ୍ୟ ସକାଶେ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବେହେରା,ବରଗଡ଼ ବିଜୁ ଜନତା ଦଳର ଆଇଟିସେଲ୍ ସମ୍ପାଦକ ତଥା ସନଜସେବୀ ସୁରେଶ ବାଗ ,କୁମ୍ଭାରୀ ସମବାୟ ସମିତି ର ପୂର୍ବତନ ସଭାପତି କୈାସ୍ତପ ସାହୁ, ବରପାଲି ବ୍ଳକ ବିଜେଡି ଡିଜିଟାଲ ସମ୍ପାଦକ ସୁଜିତ ଗଡତିଆ ପ୍ରମୁଖ ଙ୍କ ଉପସ୍ଥିତି ରେ ସମୁଦାୟ ୧୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥି ଶ୍ରୀମାନ ମିଶ୍ର ରକ୍ତଦାତା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ସମସ୍ତ ରକ୍ତଦାତା ଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଆବଶ୍ୟକତା ପଡିଲେ ବାରମ୍ବାର ରକ୍ତ ଦାନ କରି ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ରକ୍ତଦାତା ମାନଙ୍କୁ ଅନୁରୋଧ କରିଥିଲେ ।

0
0
0
s2sdefault