ହେଡଲାଇନସ୍:

ଦଳ ବିରୋଧୀ କାର୍ଯ୍ୟ କରି ଦଳରୁ ନିଲମ୍ବିତ ହେଲେ ବ୍ଲକ ସଭାପତି ଓ ସମିତି ସଭ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପଦ୍ମପୁର ବିଧୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆଜି ବିଜୁ ଜନତା ଦଳର ଗାଇସିଲେଟ ବ୍ଲକ ସଭାପତି ରବୀନ୍ଦ୍ର ନାଥ ଠାକୁର ଓ କନ୍ଦୁମୁଣ୍ଡା ସମିତି ସଭ୍ୟ ଦେବେନ୍ଦ୍ର ଯୋଶୀ ଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଉକ୍ତ ଦୁଇ ଜଣ ବାରମ୍ବାର ଦଳୀୟ ନୀତି ଓ ଆଦର୍ଶର ଉଲ୍ଲଙ୍ଘନ କରୁଥିବା ସହିତ ନାନା ପ୍ରକାର ବିଶୃଙ୍ଖଳା କରୁଥିବା ଜଣା ପଡ଼ିଛି । ଆଜି ଶ୍ରୀ ବରିହା ଙ୍କର ଦ୍ୱାରା ଏହି ଦୁଇ ଜଣଙ୍କୁ ତତ୍କାଳ ନିଲମ୍ବନ କରାଯାଇଥିବା ଦଳୀୟ ଅଫିସ ରୁ ସୂଚନା ମିଳିଛି ।

0
0
0
s2sdefault