ହେଡଲାଇନସ୍:

ଆପୋଲୋ ହସ୍ପିଟାଲ୍ସ ବାଙ୍ଗାଲୋର୍ ଦେଶର ପ୍ରଥମ ହସ୍ପିଟାଲ୍ ଭାବେ ୧୦୦ ରୋବୋଟିକ୍ କାର୍ଡିଆକ୍ ସର୍ଜରି ସମ୍ପନ୍ନ କଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ସ ବାଙ୍ଗାଲୋର୍ ପକ୍ଷରୁ ଘୋଷଣା କରାଯାଇଛି ଯେ ହସ୍ପିଟାର ରୋବୋଟିକ୍-ଆସିଷ୍ଟେଡ୍ କାର୍ଡିଆକ୍ ସର୍ଜରି ୟୁନିଟ୍ ପକ୍ଷରୁ ୧୦୦ ରୋବୋଟିକ୍ କାର୍ଡିଆକ୍ ସର୍ଜରି ସଫଳତାର ସହ ସମାପନ କରାଯାଇଛି । ହସ୍ପିଟାଲ୍ ପକ୍ଷରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ୭୦ ମିନିଟରୁ କମ୍ ସମୟରେ ଡା ଭିନ୍ସି ରୋବୋଟିକ୍ ବ୍ୟବସ୍ଥାରେ ଜଟିଳ ମିଟ୍ରାଲ୍ ଭାଲ୍ଭ ସର୍ଜରି କରାଯାଇଛି ଯାହା ଏକ ମାଇଲ୍ଖୁଣ୍ଟ ।
ବରିଷ୍ଠ କନ୍ସଲ୍ଟାଣ୍ଟ୍, କାର୍ଡିଓଥୋରାସିସ୍ ଓ ଭାସ୍କୁଲାର୍ ସର୍ଜନ ଏବଂ ରୋବୋଟିକ କାର୍ଡିଆକ୍ ସର୍ଜରି ୟୁନିଟ୍ର ବିଭାଗୀୟ ମୁଖ୍ୟ ଡକ୍ଟର ସାତ୍ୟକି ନମ୍ବାଲା କହିଛନ୍ତି ଯେ, “ରୋଗୀଙ୍କ ଜୀବନର ସବୁଠୁ ଉତ୍ପାଦକ ସମୟରେ କାର୍ଡିଓଭାସ୍କୁଲାର୍ ରୋଗ ପ୍ରଭାବିତ କରିଥାଏ ଯାହାର ଘାତକ ସାମାଜିକ ଓ ଅର୍ଥନୈତିକ ଫଳ ଦେଖିବାକୁ ମିଳିଥାଏ । ଏକ ରୋବୋଟିକ୍-ଆସିଷ୍ଟେଡ୍ କାର୍ଡିଆକ୍ ସର୍ଜରି ପ୍ରୋଗ୍ରାମ୍ ଲାଗି ବିପୁଳ ପରିମାଣର ଉତ୍ସର୍ଗୀକୃତ ମନୋଭାବ ଓ ପ୍ରସ୍ତୁତି ଦରକାର ଏବଂ ୨୦୧୯ରେ ଏହି ପ୍ରୋଗ୍ରାମ୍ ଆରମ୍ଭ ହେବା ପରଠାରୁ ୧୦୦ ରୋବୋଟିକ କାର୍ଡିଆକ୍ ସର୍ଜରି ସମାପନ କରିବାରେ ଦେଶର ପ୍ରଥମ ହସ୍ପିଟାଲ୍ ହୋଇଥିବାରୁ ଆମେ ଗର୍ବିତ । ପାରମ୍ପରିକ ଓପନ୍ ହାର୍ଟ ସର୍ଜରି ଯେଉଁଥିରେ ଛାତିର ହାଡ଼କୁ ଅଲଗା କରି ଛାତିକୁ ଖୋଲିବାକୁ ପଡ଼ିଥାଏ, ଡା ଭିନ୍ସି ସିର ଅଭିନବ ପ୍ରଯୁକ୍ତି ଜଟିଳ କାର୍ଡିଓଭାସ୍କୁଲାର୍ ସର୍ଜରିକୁ କ୍ଷୁଦ୍ର ଛିଦ୍ରରେ ଗତି ନିୟନ୍ତ୍ରଣ ଜରିଆରେ ଅସ୍ତେ୍ରପଚାର ସମାପନ କରାଯାଏ ।’’
ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସଙ୍ଗୀତା ରେଡ୍ଡି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ଆମ ରୋଗୀଙ୍କ ଲାଭ ପାଇଁ ଭାରତକୁ ସର୍ବଦା ସବୁଠୁ ଉନ୍ନତ ମେଡିକାଲ୍ ପ୍ରଯୁକ୍ତି ଆଣିବା । ଆମ ହସ୍ପିଟାଲ୍ରେ ଉପଲବ୍ଧ ଥିବା ସବୁଠୁ ଉନ୍ନତ ସର୍ଜିକାଲ୍ ଓ ମେଡିକାଲ୍ ସେବା ଦ୍ୱାରା ରୋଗୀମାନେ ଉପକୃତ ହୁଅନ୍ତୁ ବୋଲି ଆମେ ଚାହୁଁଛୁ । ଡା ଭିନ୍ସି ସର୍ଜିକାଲ୍ ବ୍ୟବସ୍ଥା ଆମକୁ ଶ୍ରେଷ୍ଠ ସମ୍ଭବ ସର୍ଜିକାଲ୍ ଫଳାଫଳ ପ୍ରଦାନ କରିବାରେ ସହାୟକ ହୋଇଛି ଓ ୧୦୦ରୁ ଅଧିକ ସଫଳ ରୋବୋଟିକ୍ କାର୍ଡିଆକ୍ ସର୍ଜରି କରିବା ହେଉଛି ସବୁଠୁ ସଦ୍ୟତମ ଓ ଉଚ୍ଚ ଗୁଣାତ୍ମକ ମାନର ସେବା ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ । ରୋଗୀଙ୍କ ପାଖରେ ପହଂଚିପାରୁଥିବା ଓ ସୁଲଭ ବିଶ୍ୱସ୍ତରୀୟ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ୍ରେ ଆମ ସବୁ ପ୍ରକାର ଉଦ୍ୟମ କରୁଛୁ ଏବଂ ଡା ଭିନ୍ସି ସି ରୋବୋଟିକ୍ ସର୍ଜିକାଲ୍ ଯୋଗ କରିବା ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ । ଆମର ବିଶ୍ୱାସ ରହିଛି ଯେ ୧୦୦ ସର୍ଜରିର ଏହି ଦୁଇ ମାଇଲଖୁଣ୍ଟ ହାସଲ କରିବା ଏବଂ ୭୦ ମିନିଟ୍ ଭିତରେ ଜଟିଳ ରୋବୋଟିକ୍ ବ୍ୟବସ୍ଥାରେ ମିଟ୍ରାଲ ଭାଲଭ କୁ ଠିକ୍ କରିବା ସହ ଆମେ ଅନେକ ରୋଗୀଙ୍କ ଜୀବନରେ ପରିବର୍ତନ ଆଣିପାରିବୁ ।’’

ମନଦୀପ କୁମାର ସିଂହ, ଭିପି ଓ ମହାପ୍ରବନ୍ଧକ, ଇନ୍ଟୁଇଟିଭ୍ ଇଣ୍ଡିଆ କହିଛନ୍ତି ଯେ, “ଉଦାହରଣ ସୃଷ୍ଟିକାରୀ ୧୦୦ ସଫଳ ରୋବୋଟିକ୍ ଆସିଷ୍ଟେଡ୍ କାର୍ଡିଆକ୍ ସର୍ଜରି ମାଇଲ୍ଖୁଣ୍ଟର ଅଂଶ ହୋଇଥିବାରୁ ଆମେ ବେଶ ଉଲ୍ଲସିତ । ଇନ୍ଟୁଇଟିଭ୍ରେ ଆମେ ବିଶ୍ୱାସ କରୁ ଯେ ପ୍ରଯୁକ୍ତି ସର୍ଜନଙ୍କ ଦକ୍ଷତାରେ ଉନ୍ନତି ଆଣିପାରିବ ଓ ଚିକିତ୍ସା ଫଳାଫଳକୁ ଉନ୍ନତ କରିବାରେ ସହାୟକ ହେବ । ସଂପ୍ରତି ସର୍ଜନ୍ମାନେ ରୋବୋଟିକ୍ ସହାୟତା ଭିତ୍ତିକ ସର୍ଜରି ଆବଶ୍ୟକ କରୁଛନ୍ତି ଏବଂ ଡା ଭିନ୍ସି ବ୍ୟବସ୍ଥା ଚିକିତ୍ସା ଫଳାଫଳରେ ଉନ୍ନତି ଆଣୁଛି । ଆପୋଲୋ ହସ୍ପିଟାଲ୍ ବାଙ୍ଗାଲୋର୍ର ଉତ୍ସର୍ଗୀକୃତ ରୋବୋଟିକ୍ କାର୍ଡିଆକ୍ ୟୁନିଟ୍ ହେଉଛି ବିଶ୍ୱ ସ୍ତରରେ ଏଭଳି ଅନ୍ୟତମ କେନ୍ଦ୍ର ଯାହା ରୋବୋଟିକ୍ କାର୍ଡିଆକ୍ ସର୍ଜରି ବିକଳ୍ପ ପ୍ରଦାନ କରୁଛି । ଏହା ସହିତ କମ୍ ଛିଦ୍ର କରି ସର୍ଜରି କରିବାରେ ଡକ୍ଟର ସାତ୍ୟକିଙ୍କ ଅଭିଜ୍ଞତା ହେଉଛି ଏହି ସଂସ୍ଥା ଓ ଟିମ୍ ସ୍ଥାପନ କରିଥିବା ବିଶ୍ୱସ୍ତରୀୟ ମାନକର ପ୍ରତିଫଳନ । ଶ୍ରେଷ୍ଠ ମାନର ସେବା ପ୍ରଦାନ କରିବା ଲଗି ପ୍ରଯୁକ୍ତିର ଶକ୍ତିକୁ ବ୍ୟବହାର କରିବା ପାଇଁ ଆପୋଲୋ ହସ୍ପିଟାଲ୍ସର ପ୍ରତିବଦ୍ଧତାକୁ ଏହା ଜଣାଉଛି । ଅଧିକ ରୋଗୀଙ୍କ ନିକଟରେ ରୋବୋଟିକ୍ ଆସିଷ୍ଟେଡ୍ ସର୍ଜରି ଉପଲବ୍ଧ କରିବା ଲାଗି ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଗର୍ବିତ ।’’

0
0
0
s2sdefault