ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀ ମାନଙ୍କ ପାଇଁ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “କମ୍ ଆଜ୍ ୟୁ ଆର୍’(ଆପଣ ଯେମିତି ସେଭଳି ଆସନ୍ତୁ) ନୀତି ଏହାର କର୍ମଚାରୀ ଓ ଗ୍ରାହକମାନଙ୍କ ଲାଗି ଘୋଷଣା କରାଯାଇଛି ।
ଏଭଳି ପଦକ୍ଷେପ ଗ୍ରହଣ କରିବାରେ ଆକ୍ସିସ୍ ବ୍ୟାଙ୍କ ହେଉଛି ଦେଶର ପ୍ରଥମ ବ୍ୟାଙ୍କ ଯାହା ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣର ପ୍ରସାର ଓ କାର୍ଯ୍ୟକାରୀ କରିଛି ।
୨୦୧୮ ସେପ୍ଟେମ୍ବର ୬ ରେ ଧାରା ୩୭୭କୁ ବୈଧ ଘୋଷଣା କରିଛନ୍ତି । ମାନ୍ୟବର ବିଚାରପତି ଇନ୍ଦୁ ମଲହୋତ୍ରା ଯିଏ ପାଂଚ ଜଣିଆ ବିଚାରପତି ସମାଜର ଏହି ଗୋଷ୍ଠୀ କ୍ଷମା ପାର୍ଥନା କରିବା ସହ ଏହି ରାୟକୁ ଐତିହାସିକ ବୋଲି କହିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସେହି ରାୟକୁ ନଜରରେ ରଖି ଓ ଇଏସଜି ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ଦୋହରାଇ ବ୍ୟାଙ୍କ ପକ୍ଷରୁ କମ୍ ଆଜ୍ ୟୁ ଆର୍ ନୀତି ଘୋଷଣା କରାଯାଇଛି ଯାହା ସଂସ୍ଥା ଓ ଗ୍ରାହକଙକ ମଧ୍ୟରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ ଆଣିବ ।
ଏହି ଅଭିଯାନରେ ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମେଡିକ୍ଲେମ୍ ସୁବିଧା ହାସଲ କରିବା ଲାଗି ନିଜ ଜୀବନସାଥୀଙ୍କ ନାମ ତାଲିକାରେ ସାମିଲ କରିପାରିବେ । ଲିଙ୍ଗ ଓ ବୈବାହିକ ମାନ୍ୟତାକୁ ଏଥିପାଇଁ ବିଚାରକୁ ନିଆଯିବ । କର୍ମଚାରୀମାନେ ଯେଉଁ ଲିଙ୍ଗକୁ ଭଲ ପାଉଥିବେ ସେହି ଅନୁସାରେ ପୋଷାକ ପିନ୍ଧିପାରିବେ ।କର୍ମଚାରୀମାନେ ସେମାନଙ୍କ ପସନ୍ଦର ରେଷ୍ଟରୁମ୍ ମଧ୍ୟ ବ୍ୟବହାର କରିପାରିବେ । ଏହି ବର୍ଗର କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ସେହିପରି, କର୍ମଚାରୀମାନେ ସମାନ ଲିଙ୍ଗର ଜୀବନ ସାଥୀ ପାଇଁ ଯୁଗ୍ମ ସଂଚୟ ବ୍ୟାଙ୍କ ଖାତା ଖୋଲିପାରିବେ । “ଏମ୍ଏକ୍ସ’ ନାମକ ସ୍ୱତନ୍ତ୍ର ଟାଇଟଲ୍ ନାମ ପୂର୍ବରୁ ଯୋଡ଼ିପାରିବେ । ନିଜ ସମାନ ଲିଙ୍ଗଧାରୀ ସହଯୋଗୀଙ୍କୁ ନୋମିନି ଭାବେ ଚୟନ କରିପାରିବେ ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ରାଜେଶ ଦହିୟା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱାରୋପ କରୁଛୁ ଯାହା ଜୀବନ ଯାତ୍ରାର ସ୍ୱତନ୍ତ୍ର ଗୁରୁତ୍ୱ ଓ ବିଭିନ୍ନ ପରିଚୟକୁ ଚିହ୍ନଟ କରୁଛି ଯାହା ଲିଙ୍ଗର ପ୍ରକାର ଭେଦ ଠାରୁ ଦୂରରେ ରହିଛି । ଦୃଶ୍ୟମାନ ହେଉଥିବା ଭଳି ଏହା ଏକ ଅଦୁଶ୍ୟ ଚିହ୍ନ । ଆମର ବିଶ୍ୱାସ ରହିଛି ଯେ ଏହା ନବସୃଜନ ସଂସ୍କୃତିକୁ ଦୃଢ଼ କରିବ ଏବଂ ବିବିଧ ପ୍ରତିଭାକୁ ଚୟନ କରିବ ଯାହା ଆମର ସମୃଦ୍ଧ ଜନସଂଖ୍ୟାରେ ପ୍ରତିଫଳିତ ହେଉଛି । ପରିବର୍ତନର ବାର୍ତାବହ ହେବାର ଏହି ଯାତ୍ରାରେ ଯୋଗ ଦେବା ଲାଗି ଆମେ ଆପଣଙ୍କୁ ସ୍ୱାଗତ କରୁଛୁ । ଆପଣ ଯେମିତି ସେମିତି ଆସନ୍ତୁ, ଆମର ହୃଦୟ ଆପଣମାନଙ୍କ ଲାଗି ଖୋଲା ରହିଛି ।’’