ହେଡଲାଇନସ୍:

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଆଜି ଭୁବନେଶ୍ୱର ସ୍ଥିତ ଓଏଲଆଇସି କାର୍ଯ୍ୟାଳୟରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉଠାଜଳସେତନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ସାମନ୍ତରାୟ ନିଜ ନିର୍ବାଚନ ମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ସଂପର୍କରେ ଓ.ଏଲ୍. ଆଇ.ସି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ନିଜ ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ନୂତନ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ।
ବୈଠକରୁ ଜଣାଯାଇଛି ଯେ, ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତ୍ୟବାଦୀ ଓ କଣାସ ବ୍ଲକରେ ମୋଟ ୨୫୩ ଟି ଉଠା ଜଳସେଚନ ପ୍ରକଳ୍ପ ଥିବା ବେଳେ ଓ ୨୦୭ ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି ଓ ୩୭ ଟି ପ୍ରକଳ୍ପ ଅସ୍ଥାୟୀ ଭାବେ ଅଚଳ ରହିଛି ଏବଂ ୯ ଟି ସ୍ଥାୟୀ ଭାବେ ଅଚଳ ରହିଛି । ସଂପ୍ରତି ଖରିଫ ଚାଷ କାର୍ଯ୍ୟ ସମୟରେ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣର ଜଳ ଯୋଗାଣକୁ ନିଶ୍ଚିତ କରିବାର ଆବଶ୍ୟକତା ରହିଥିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସବୁ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଯୁଦ୍ଧକାଳୀନ ଭିତିରେ ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ନିର୍ମାଣାଧିନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ଶୀଘ୍ର ସଂପୂର୍ଣ୍ଣ କରିବା, ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପକୁ ମରାମତି ପୂର୍ବକ ସଚଳ କରି କୃଷି କ୍ଷେତ୍ରକୁ ଜଳ ଯୋଗାଣ କରିବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ କଣ୍ଟାମାଳ ବିଧାୟକ ଶ୍ରୀ ମହିଧର ରଣା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓ.ଏଲ୍.ଆଇ.ସି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବେଲେଶ୍ୱରନାଥ ସାହୁ, କଟକ ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପଟ୍ଟନାୟକ, ମୁଖ୍ୟ କାର୍ଯ୍ୟାଳୟ ଅଧିକ୍ଷଣ ଯନ୍ତ୍ରୀ(ପି.ପି.ଏଫ୍ ,ଏଚ୍.ଆର) ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଭୁବନେଶ୍ୱର ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଜିତ କୁମାର ମହାନ୍ତି, ପିପିଲି ଏସ୍.ଡି.ଓ ନିମାଇଁ ଚରଣ ବେହେରା, ଏସ୍.ଡି.ଓ ଖୋର୍ଦ୍ଧା ଶ୍ରୀ ରଞ୍ଜନ କୁମାର ମାଝି, ଏଷ୍ଟିମେଟର ଶ୍ରୀ ସୁଦର୍ଶନ ଷଡଙ୍ଗୀ, ପୁରୀ ଏସ୍.ଡି.ଓ ଶୁକଦେବ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault