ହେଡଲାଇନସ୍:

ରାଜ୍ୟ ବାହାର ରୋଗୀଙ୍କୁ ରକ୍ତ ଯୋଗାଇବାରେ ସକ୍ଷମ ହେଲେ ପ୍ରଦ୍ୟୁମ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲାର ଜଣେ ରୋଗୀ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଯିଏକି ସୁଦୂର ଭେଲୋର ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜ ରେ ଚିକିତ୍ସିତ ହେଉଥିଲେ । ତାଙ୍କୁ AB ପୋଜିଟିଭ ର ଚାରିଟି ୟୁନିଟ ରକ୍ତର ଅତ୍ୟନ୍ତ ଆବଶ୍ୟକ ପଡିଥିଲା । ଅନେକ ଖୋଜାଖୋଜି କରି ରକ୍ତ ନ ପାଇବାରୁ ରୋଗୀ ସହିତ ଥିବା ଶ୍ରୀ ପ୍ରମୋଦ ଷଡଙ୍ଗୀ ବରଗଡ଼ ଜିଲ୍ଲା ଯୁବ ଜନତା ଦଳର ସଭାପତି ଙ୍କୁ ଜଣାଇଥିଲେ । ରକ୍ତ ର ଆବଶ୍ୟକତା ଜାଣିବା ପରେ ଶ୍ରୀ ତ୍ରିପାଠୀ ତୁରନ୍ତ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଏହି କଥା ଜଣାଇବା ସହିତ ଟ୍ୱିଟ କରିଥିଲେ । ମନ୍ତ୍ରୀ ଶ୍ରୀ ସିଂ ତୁରନ୍ତ ଭେଲୋର ଜିଲ୍ଲାପାଳଙ୍କ ଙ୍କର ସହିତ ଯୋଗାଯାଗ କରି ରୋଗୀ ପାଖରେ ରକ୍ତ ପହଞ୍ଚାଇବା ପାଇଁ ପ୍ରୟାସ କରି ସଫଳ ମଧ୍ୟ ହୋଇଥିଲେ । ରୋଗୀଙ୍କୁ ଉଚିତ ସମୟରେ ରକ୍ତ ମିଳିଥିବାରୁ ରୋଗୀଙ୍କର ସମ୍ପର୍କୀୟ ମାନେ,  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ସାଂସଦ ଶ୍ରୀ ଅମର ପଟ୍ଟନାୟକ , ଓ ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଭେଲୋର ଜିଲ୍ଲାପାଳ ଥିରୁ ପି କୁମରଭେଲ ପାଣ୍ଡିଆନ ଙ୍କୁ ତାଙ୍କର ତତ୍ପରତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault