ହେଡଲାଇନସ୍:

ହକି ଅଲିମ୍ପିଆନ ଅମିତ ରୋହିତଦାସ ପୂର୍ବତଟ ରେଳପଥରେ ବରିଷ୍ଠ କ୍ରୀଡା ଅଧିକାରୀ ଭାବେ ଯୋଗଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଜାତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଅମିତ ରୋହିଦାସ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି | ଏହା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇ ଠାରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) / କ୍ରୀଡା ପଦବୀରେ କାର୍ଯ୍ୟ କରୁଥିଲେ | ଭାରତୀୟ ହକି ଦଳ 40 ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଥିଲା, ଶେଷ ପଦକ 1980 ରେ ମସ୍କୋ ଅଲିମ୍ପିକ୍ସରେ ହୋଇଥିଲା |
ଅମିତ ରୋହିତଦାସଙ୍କ ଏହି ନୂତନ ଯୋଗଦାନ ପାଇଁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ; ପୂର୍ବ ତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ତାଙ୍କର ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡା ବିଭାଗରେ ଖେଳାଳୀଙ୍କୁ ଉତ୍ସାହିତ କରିବ |

0
0
0
s2sdefault