ହେଡଲାଇନସ୍:

ଲୋଇସିଂହା : ମରୁଡି ଘୋଷଣା ଦାବିରେ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋଇସିଂହା (ସନ୍ତୋଷ କୁମାର ଠାକୁର ): ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବିରେ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ସୂଚନା ମୁତାବକ ଗତ ଅଗଷ୍ଟ ୨୯ ତାରିଖରେ ରାଜୀବଭବନ ଠାରେ ଶ୍ରୀ ସୁଧାଂଶୁଶେଖର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ବସିଥିଲା l ଉକ୍ତ ବୈଠକରେ ପଂଚାୟତର ସମସ୍ତ ଗ୍ରାମର ଚାଷ ପରିସ୍ଥିତିକୁ ଅନୁଧ୍ୟାନ ଓ ତର୍ଜମା କରାଗଲା l ବର୍ତମାନ ସୁଦ୍ଧା ସ୍ୱଳ୍ପ ବର୍ଷା ଯୋଗୁଁ ଜମିରେ ମାଟି ଫାଟ ସୃଷ୍ଟିହୋଇ ଚାଷ ନଷ୍ଟହେବା ସହ ଆସନ୍ନ ମରୁଡି ଦେଖା ଗଲାଣି l ଆଗକୁ ଯଦି ବର୍ଷା ହୁଏ ତାହେଲେ ମଧ୍ୟ ଚାଷ ହେବାର ଖୁବକମ ସମ୍ଭାବନାଏଣୁ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବିରେ ଆଜି ନେଗୀପାଲି, ଘୁଷୁରାମୁଣ୍ଡା, ପିପିଲିପାଲି, ସଲତରପାଲି, ଲୁହୁରାପାଲି ଓ ବୁଢ଼ୀପଦର ଗ୍ରାମର ସମସ୍ତ ଚାଷୀ ବିଡ଼ିଓ ଓ ତହସିଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

0
0
0
s2sdefault