ହେଡଲାଇନସ୍:

ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ ୨୦୨୨: ବିଶ୍ୱ ରାଙ୍କିଙ୍ଗ ରେ ଉପରକୁ ଉଠିଲା କିଟ୍‍ , ଓଡିଶାରେ ପ୍ରଥମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟର ରାଙ୍କ। ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ କରିଛି । ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ-୨୦୨୨ ଫଳାଫଳ ଆଜି ପ୍ରକାଶ ପାଇଛି । ପୂର୍ବବର୍ଷ କିଟ୍‍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ରାଙ୍କିଙ୍ଗକୁ ଉନ୍ନୀତ ହୋଇ ୮୦୦+ରେ ରହିଛି । ଇଂଜିନିୟରିଂରେ କିଟ ବିଶ୍ୱବିଦ୍ୟାଳୟ ପୂର୍ବବର୍ଷ ୬୦୦ ସ୍ଥାନରେ ଥିବା ବେଳେ ଏବର୍ଷ ମଧ୍ୟ ଏଥିରେ ଅଗ୍ରଗତି ହୋଇଛି । ସେହିପରି ଭେଲୋର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି, ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‍ ଓ ଏନ୍‍ଆଇଟି ରାଉରକେଲା ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ସେମାନଙ୍କ ପୂର୍ବ ବର୍ଷ ରାଙ୍କିଙ୍ଗ ୮୦୦+ ବଜାୟ ରଖିଛନ୍ତି । ଆଇଆଇଟି ଭୁବନେଶ୍ୱର ଓ ମନିପାଲ୍‍ ଆକାଡେମୀ ଅଫ୍‍ ହାଇଅର ଏଜୁକେସନ୍‍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏସ୍‍ଆର୍‍ଏମ୍‍ ୧୨୦୦+ ରାଙ୍କରେ ରହିଛନ୍ତି । ଚଳିତବର୍ଷ ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍‍ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ପୂର୍ବଭାରତରେ ଥିବା ଡିମ୍‍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ମଧ୍ୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।
ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟର ୨୮ଟି ପାଠ୍ୟକ୍ରମକୁ ହିସାବକୁ ନିଆଯାଇ ରାଙ୍କିଙ୍ଗ କରାଯାଇଛି । ଯଦି କିଟ୍‍ର ଇଂଜିନିୟିରଂ କିମ୍ବା ୨/୩ଟି ପାଠ୍ୟକ୍ରମକୁ ବିଚାରକୁ ନିଆଯାଇଥିଲେ କିଟ୍‍ ବିଶ୍ୱବିଦ୍ୟାଳୟର ରାଙ୍କ ଆହୁରି ଉନ୍ନତ ସ୍ଥାନରେ ରହି ପାରିଥାନ୍ତା । ଅନ୍ୟ ପକ୍ଷରେ କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି । ଏହା ସହିତ ଅଳ୍ପ ଦିନର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ଦେଶର ପ୍ରତିଷ୍ଠିତ ଆଇଆଇଟି ଓ ଏନ୍‍ଆଇଟି ଆଦି ସରକାରୀ ବିଶ୍ୱବିଦ୍ୟାଳୟ ଓ ଘରୋଇ ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇ କିଟ୍‍ ଉତ୍ତମ ପ୍ରଦର୍ଶନ ଜାରି ରଖିଛି । ଏହା ହିଁ ହେଉଛି କିଟ୍‍ର ସଫଳତା ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଛନ୍ତି ।

0
0
0
s2sdefault