ବରଗଡ :- ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିରକୁ ଆଜି ପୂର୍ବତନ ଏସ ଡି ଏମ ଓ ସ୍ବର୍ଗତ ଡାକ୍ତର ଉମେଶ ଚନ୍ଦ୍ର ପାଣିଗ୍ରାହୀଙ୍କର ଧର୍ମପତ୍ନୀ ଡାକ୍ତର ରମା ରାଣୀ ମିଶ୍ର ତାଙ୍କର ସ୍ବର୍ଗତ ପତିଙ୍କର ସ୍ମୃତି ରେ ଏକ ବ୍ୟବହାର ଉପଯୋଗୀ ଅମ୍ଭୁଲାନ୍ସ ପ୍ରଦାନ କରିଛନ୍ତି । ଏହି ଆମ୍ବୁଲାନ୍ସ ଆସିବା ଦ୍ୱାରା ମନ୍ଦିରକୁ ଆସୁଥିବା ତୀର୍ଥ ଯାତ୍ରୀ ତଥା ପର୍ଯଟକ ମାନଙ୍କୁ ଆବଶ୍ୟକ ସ୍ଥଳେ ତୁରନ୍ତ ସୁବିଧା ପ୍ରଦାନ କରାଯାଇ ପାରିବ । ଏହ ଅମ୍ଭୁଲାନ୍ସ ର ରକ୍ଷଣା ବେକ୍ଷଣ ଓ ପରିଚାଳନା ମନ୍ଦିର ପ୍ରଶାସନ କରିବ ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।
ରାଜ୍ୟ
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କୁ ଅମ୍ଭୁଲାନ୍ସ ଦାନ
- Hits: 2196