ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ, ପାଓନିଅରର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି | କିଛି ଦିନ ଧରି ଅସୁସ୍ଥ ରହିବ ପରେ ଗତକାଲି ରାତିରେ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଥିବା ତାଙ୍କ ପୁତ୍ର କୁଶନ ମିତ୍ର ଟୁଇଟ କରି ସୂଚନା ଦେଇଛନ୍ତି | ଷ୍ଟେଟ୍ସମ୍ୟାନ ଆସିଷ୍ଟାଣ୍ଟ ଏଡିଟର ଭାବେ କୋଲକାତାରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ମିତ୍ର ତାପରେ ଟାଇମ୍ସ ଅଫ ଇଣ୍ଡିଆ, ଦି ସନ୍ଡେ ଅବଜର୍ଭର, ହିନ୍ଦୁସ୍ଥାନ ଟାଇମ୍ସ ଆଦିରେ କାର୍ଯ୍ୟ କରିବା ପରେ ପାଇଓନିଅରର ସମ୍ପାଦକ ଭାବେ ଯୋଗ ଦେଇଥିଲେ | ସ୍ବର୍ଗତ ମିତ୍ର ୨୦୦୩ ଓ ୨୦୦୯ ରେ ରାଜ୍ୟସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ | ୨୦୧୮ରେ ସେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ | ଓଡିଶା ସହିତ ତାଙ୍କର ରାଜନୈତିକ ଓ ବ୍ୟକ୍ତିଗତ ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା | ବିଜେପି ଓଡ଼ିଶାର ପାଇଁ ଅନ୍ୟତମ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ |
ରାଜ୍ୟ
ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଦେହାନ୍ତ
- Hits: 439