ଅର୍ଥନୀତି , ମନୋବିଜ୍ଞାନ, ସମାଜବିଜ୍ଞାନ ବିଭାଗରେ ସମ୍ମାନ ଖୋଲିଲା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ +୩ ବିଜ୍ଞାନ ଓ କଳା ବିଭାଗରେ ସିଟସଂଖ୍ୟା ବୃଦ୍ଧି ପାଇଥିବା ସହିତ କେତେକ ସମ୍ମାନ ଶ୍ରେଣୀରେ ସିଟ ବୃଦ୍ଧି ହୋଇଥିବାରୁ ଅଂଚଳ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ବିଜ୍ଞାନରେ ୬୪ ସିଟବୃଦ୍ଧି ପାଇ୧୨୮ରେ ପହଁଚିଥିବା ବେଳେ କଳାରେ ୯୬ ସିଟ ବୃଦ୍ଧି ପାଇ ତାହା ୧୨୪ରେ ପହଁଚିଛି । କଳାରେ ଓଡ଼ିଆ, ସଂସ୍କୃତ, ଇତିହାସ, ରାଜନିତୀବିଜ୍ଞାନ, ଶିକ୍ଷା ଓ ଦର୍ଶନ ଶାସ୍ତ୍ର ସହିତବର୍ତମାନ ନୂଆକରି ଅର୍ଥନିତୀ, ମନୋବିଜ୍ଞାନ ଓ ସମାଜବିଜ୍ଞାନରେ ସମ୍ମାନ ଶ୍ରେଣୀ ଯୋଡ଼ି ହୋଇଛି । ସେହିପରି ପଦାର୍ଥ ବିଜ୍ଞାନରେ ୧୨ ରୁ ୨୪କୁ, ରସାୟନ ବିଜ୍ଞାନରେ ୧୨ ରୁ ୨୪କୁ, ଗଣିତରେ ୮ ରୁ ୧୬କୁ, ଉଦ୍ଭିଦ ବିଜ୍ଞାନରେ ୨୪ ରୁ ୩୨କୁ ଏବଂ ପ୍ରାଣୀବିଜ୍ଞାନରେ ୮ ରୁ ୩୨କୁ ସମ୍ମାନ ସିଟ ସଂଖ୍ୟାବୃଦ୍ଧି ପାଇଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଉଥିବାରୁ ଯଥା ଶୀଘ୍ର ବାକି ବିଷୟରେ ସମ୍ମାନ ଶ୍ରେଣୀ ଖୋଲିବାକୁ ଅନୁମତି ମିଳିବ ବୋଲି ଛାତ୍ରଛାତ୍ରୀମାନେ ଆଶା ରଖିଛନ୍ତି ।