ହେଡଲାଇନସ୍:

ଅନ୍ୟକୁ ବଂଚାଇ ଏବେ ନିଜେ ହନ୍ତସନ୍ତ : କିଡ଼ିନି ପ୍ରଦାନ କରି ଚଂଚକତାର ଶିକାର ରଜତ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପରିବାର ସହ ଓଡ଼ଗାଁ ଥାନା ଆଗରେ ଧାରଣା ଦେଲେ

ଓଡ଼ଗାଁ(ଶ୍ରୀକାନ୍ତ କୁମାରମିଶ୍ର):ଓଡ଼ଗାଁ ବ୍ଲକ କୁରାଳ ପଂଚାୟତ ଗଡ଼ସାହିର ରଜତ ନାୟକ(୪୩) ପରିବାରର ଅଗୋଚରରେକିଡ଼ିନ ପ୍ରଦାନ କରି ନ୍ୟାୟ ନପାଇବାରୁ ଆଜିଓଡ଼ଗାଁ ଆଦର୍ଶ ଥାନା ଫାଟକସାମ୍ନାରେ ନିଜ ପରିବାର ସହ ଧାରଣାରେ ବସିଥିଲେ । ରୋଜଗାର କ୍ଷମହେବା ଆଶାରେ ରଜତ ପରିବାରର ଅଗୋଚରରେ କୁରାଳ ଆନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନଙ୍କୁ କିଡ଼ିନି ପ୍ରଦାନ କରି ତାଙ୍କର ଜୀବନ ରକ୍ଷା କରିଥିଲେ । ହେଲେବର୍ତମାନ ରଜତବିଭିନ୍ନକାରଣରୁ ଅସୁସ୍ଥ ହୋଇପଡୁଥିବା ବେଳେ ତା ପାଖରେ ଔଷଧ କିଣିବାକୁ ଏବେ ପଇସାଟିଏ ନାହିଁ । ପୂର୍ବ ପ୍ରତିଶ୍ରୁତି ପ୍ରକାରେ ଆର୍ଥୀକ ସହାୟତା ପାଇଁ ରଜତ ତ୍ରିନାଥଙ୍କ ଦ୍ୱାରସ୍ଥହୋଇ ଅପମାନିତ ଓ ଧମକ ପାଇବା ପରେ ନ୍ୟାୟ ପାଇବା ପାଇଁ ୭ ଜୁଲାଇ ୨୦୨୧ରେ ରଜତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ଅଗଷ୍ଟ ୨୬ ତାରିଖରେ ଏକ ମାମଲା ରୁଜୁକରି ରଜତକୁ ଏଫ ଆଇ ଆର କପି ପ୍ରଦାନ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁରଜତ ପୂର୍ବସୂଚନା ଅନୁସାରେ ଆଜିଠାରୁ ଥାନାସମୁଖରେସ୍ତ୍ରୀ ପିଲାଙ୍କୁ ଧରିଧାରଣା ଦେଇଛନ୍ତି ।

 

 

0
0
0
s2sdefault