ରାୟଗଡ(ସରୋଜ କୁମାର ସାହୁ ) ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ବାଇସିଂ ଗ୍ରାମପଂଚାୟତ ଗସ୍ତ କରି ସେଠାରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ପାଠର ଶିକ୍ଷଣୀୟ ସ୍ଥର କେତେ ଦୂର ଅଗ୍ରଗତି ହୋଇଛି ତାହା ପଚାରି ବୁଝିଥିଲେ । ବିଦ୍ୟାଳୟକୁ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ବୁଝାଇ ବିଦ୍ୟାଳୟକୁ ଆଣିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ ପୋଷାକ ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟର ଡାଇନିଂ ହଲ ବୁଲି ଦେଖି ଏହାକୁ ଶିଘ୍ର ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ପରବର୍ତି ପରିଦର୍ଶନ ସମୟରେ ଛାତ୍ରଛାତ୍ରୀ ମାନେ ଯେପରି ପଣିକିଆ, ଗଣନା ସଂଖ୍ୟା ଓ ବର୍ଣ୍ଣମାଳା ଶିଖିବେ ସେଥିପାଇଁ ଶିକ୍ଷକ ଓ ଶିକ୍ଷୟୀତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଗ୍ରାମର ଗୋପୀ ନାମକ ଯୁବକ ମାଗଣାରେ ଶିକ୍ଷା ଦାନ କରୁଥିବା କଥା ଶୁଣିବା ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ତାଙ୍କୁ ପ୍ରଶଂସା କରିଥିଲେ । ଏହାପରେ ବାଇସିଂ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରି କିପରି ସେମାନେ ସ୍ୱାବଲମ୍ବି ହୋଇପାରିବେ ସେମାନଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କୁ ବ୍ୟାଙ୍କ ଲୋନ ନେଇ କୌଣସି ଏକ ଉଦ୍ୟୋଗ ଯଥା ଛେଳି, କୁକୁଡା ପାଳନ ଓ ତେନ୍ତୁଳୀ ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଉଚରଣ ନାୟକ, ସହକାରୀ ଯନ୍ତ୍ରୀ ଶ୍ରୀ ଦୈତାରୀ ଟୁଡୁ ଓ ମିଶନ ଶକ୍ତି ସଂଯୋଜକ ପ୍ରମୂଖ ଉପସ୍ଥିତ ଥିଲେ ।
ରାଜ୍ୟ
ରାୟଗଡ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲ୍ଲାପାଳ
- Hits: 658