ରାୟଗଡ(ସରୋଜ କୁମାର ସାହୁ ): ଜେକେ କଗାଜ କଳର ଉପ-ସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ୱିବେଦୀଙ୍କୁ ଜାତୀୟ ମିଲ୍ସ ମ୍ୟାନେଜର ବର୍ଷ ୨୦୨୦-୨୧ ଆୱାର୍ଡ ପାଇଁ ୱାର୍ଲଡ କ୍ୱାଲିଟି କଂଗ୍ରେସ, ମୁମ୍ବାଇ ଦ୍ୱାରା ଉତ୍ପାଦନ କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମଟି ଆଭାସି (ଭରର୍ଚୁଆଲ) ଭାବରେ ଗତ ତା. ୨୭.୦୮.୨୦୨୧ ରିଖରେ ଅନୁଷ୍ଠିତ ହୋଇଥିଲା । ଏହି ପୁରସ୍କାର ବ୍ରାଣ୍ଡ ତତ୍ୱାବଧାରକ, ସମ୍ଭାନ୍ତ ବାଣିଜ୍ୟ, ବିଜ୍ଞାପନ ନିର୍ମାତା, ମିଲ୍ସ ମୁଖ୍ୟ ପରିଚାଳକ ଇତ୍ୟାଦି ବିଭାଗରେ କାମ କରୁଥିବା ମୁଖ୍ୟ ପଦାଧିକାରୀ ମାନଙ୍କୁ ସମସ୍ତ ଉତ୍ପାଦନ କ୍ଷେତ୍ରରେ ଓ ସମସ୍ତ କ୍ଷେତ୍ର ଏକତ୍ର ସାମିଲ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଶ୍ରୀ ଦ୍ୱିବେଦୀଙ୍କ ଦକ୍ଷ ନେତୃତ୍ୱରେ କୋଭିଡ ପାଣ୍ଡାମିକ ସମୟରେ ସରକାରଙ୍କ ସମସ୍ତ ନିର୍ଦେଶାବଳୀ ଓ କୋଭିଡ ନୀୟମକୁ ସୁଚାରୁ ରୁପେ ପାଳନ କରି କାରଖାନାକୁ ଚାଲୁ ରଖିଥିଲେ । ମହାମାରୀ କୋଭିଡର ପ୍ରଥମ ଲହର ଯୋଗୁଁ ଯେତେ ବେଳେ ସମଗ୍ର ଦେଶରେ ଲକ ଡାଉନ ଲଗାଯାଇଥିଲା ସେହି ସମୟରେ ପ୍ରାୟତଃ ସମସ୍ତ ଶିଳ୍ପ ଉଦ୍ୟୋଗ ବନ୍ଦ ଥିବା ବେଳେ କଂଚାମାଲର ସୁପରିଚାଳନା କରି ଶେଷ ପର୍ଯ୍ୟନ୍ତ କାରଖାନାକୁ ଚାଲୁ ରଖାଯାଇଥିଲା । ପ୍ରଥମ ଲହର ସମାପ୍ତ ପରେ ଯେତେ ବେଳେ ଲକଡାଉନ ସମ୍ପୂର୍ଣ୍ଣ କୋହଳ କରାଗଲା ଜେକେ କାଗଜ କଳ ଯିଏକି ଦେଶରେ ପ୍ରଥମ ଶିଳ୍ପ ପୁଣି ତାର ଉପôାଦନ ଆରମ୍ଭ କରିଥିଲା । ଏହା କେବଳ ସମ୍ଭବ ହୋଇ ପାରିଥିଲା ଶ୍ରୀ ଦ୍ୱିବେଦୀଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ । ଗୁଣବତା ଓ ଜ୍ଞାନ ଅର୍ଜନ ଏକ ନିରନ୍ତର ପ୍ରକ୍ରିୟା ଏବଂ ଜେକେ କାଗଜ କଳ ଏହି ଦୁଇଟି ବିଷୟରେ ସଦାସର୍ବଦା ଧ୍ୟାନ ଦେଇଥାଏ ଓ ଭବିଷ୍ୟତରେ ଏହା ବଜାୟୀ ରହିବ ବୋଲି ଶ୍ରୀ ଦ୍ୱିବେଦୀ ପ୍ରକାଶ କରିଛନ୍ତି । ଉକ୍ତ ପୁରସ୍କାର ପାଇବା ପରେ କାରଖାନାର ସମସ୍ତ କର୍ମଚାରୀଙ୍କୁ ସମର୍ପଣ କରିବା ସହ ଏହାର ଶ୍ରେୟ କାରଖାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି ।
ରାଜ୍ୟ
ଶ୍ରେଷ୍ଠ ଜାତୀୟ ମିଲ୍ସ ମ୍ୟାନେଜର ସମ୍ମାନରେ ସମ୍ମାନିତ ହେଲେ ଜେକେ କାଗଜ କଳର ଉପ-ସଭାପତି
- Hits: 348