ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ତଥା ଏପ୍ରିଲ ପହିଲା ଠାରୁ ଅଗଷ୍ଟ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଦ୍ୱାରା 94.26 ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି ଯାହାକି ପୂର୍ବ ଆର୍ଥିକ ବର୍ଷର ପ୍ରଥମ ପଞ୍ଚମାସ ମଧ୍ୟରେ ପରିବହନ କରାଯାଇଥିବା 72.32 ନିୟୁତ ଟନ ଠାରୁ ଅଧିକ ଅଟେ | ଏହା ସହିତ, ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ଏହା 21.9ନିୟୁତ ଟନ କାର୍ଗୋ ଅଧିକ ପରିବହନ କରିଛି | ଏହା ମଧ୍ୟ ରେଳ ବୋର୍ଡ ଦ୍ୱାରା ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ସ୍ଥିର ହୋଇଥିବା ପଣ୍ୟ ବୋଝେଇ ଧାର୍ଯ୍ୟ 89.16 ନିୟୁତ ଟନକୁ ଅତିକ୍ରମ କରିଛି |
ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଦ୍ୱାରା ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି | ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 2021-22 ଆର୍ଥିକ ବର୍ଷରେ ଦୈନିକ 2160 ୱାଗନ୍ ବ୍ୟବହାର କରିଛି ଯାହାକି ପୂର୍ବ ଆର୍ଥିକ ବର୍ଷରେ ବ୍ୟବହାର କରାଯାଇଥିବା 9296 ୱାଗନ୍ ଠାରୁ ଅଧିକ ଏବଂ ଏହା ୱାଗନ ବୋଝେଇ କ୍ଷେତ୍ରରେ ପ୍ରାୟ 30 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକରଣ କରିଛି |
ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅଗଷ୍ଟ 2021 ରେ ପଣ୍ୟ ପରିବହନ କ୍ଷେତ୍ରରେ ଏବଂ ଏପ୍ରିଲ ମାସ ଠାରୁ ଅଗଷ୍ଟ ମାସ ମଧ୍ୟରେ ସମୁଦାୟ ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇର ଅଗ୍ରଣୀ ଭୂମିକା ଗ୍ରହଣ କରିଛି | 2021-22 ଆର୍ଥିକ ବର୍ଷର ଏପ୍ରିଲ ପହିଲା ଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ 63.06ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହା ଭାରତୀୟ ରେଳବାଇର ସର୍ବାଧିକ ଲୋଡିଂ ଡିଭିଜନ୍ ମଧ୍ୟରେ ଶୀର୍ଷରେ ସ୍ଥାନ ପାଇଛି | କେବଳ ଅଗଷ୍ଟ 2021 ରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ 13.12ନିୟୁତ ଟନ ପଣ୍ୟ ପରିବହନ କରିଛି, ଯାହା ଭାରତୀୟ ରେଳବାଇରେ ମଧ୍ୟ ସର୍ବାଧିକ |
ଏହି ଅବଧି ମଧ୍ୟରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ତାଲଚର ଠାରେ ସର୍ବଶ୍ରେଷ୍ଠ ଲୋଡିଂ ରେକର୍ଡ କରି ଦିନକୁ 53.3 ରେକ୍ (1655 ୱାଗନ୍) ଲୋଡ୍ କରି ଜୁଲାଇ 2021 ର ପୂର୍ବ ଶ୍ରେଷ୍ଠତା 51.4 ରେକ୍ (1594 ୱାଗନ୍) କୁ ଅତିକ୍ରମ କରିପାରିଛି |
କେବଳ ଅଗଷ୍ଟ 21 ମାସରେ, ଭାରତୀୟ ରେଳବାଇ 110.55 ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହା ଯେ କୌଣସି ଅଗଷ୍ଟ ମାସ ତୁଳନାରେ ସର୍ବାଧିକ | ପୂର୍ବ ସର୍ବୋତ୍ତମ ପଣ୍ୟ ବୋଝେଇ 99.6 ନିୟୁତ ଟନ ଅଗଷ୍ଟ, 2018 ରେ ପରିବହନ କରାଯାଇଥିଲା | ଗତ 12 ମାସ ଠାରୁ ଯଥା ସେପ୍ଟେମ୍ବର 20 ରୁ ଅଗଷ୍ଟ 21 ପର୍ଯ୍ୟନ୍ତ, ଭାରତୀୟ ରେଳ କ୍ରମାଗତ ଭାବରେ ଏକ ଦର୍ଶନୀୟ ପରିମାଣରେ ପଣ୍ୟ ପରିବହନ କରିଆସୁଅଛି |
ରାଜ୍ୟ
ପୂର୍ବତଟ ରେଳପଥ ଦ୍ୱାରା ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ 94.26 ନିୟୁତ ଟନ ପଣ୍ୟ ପରିବହନ |
- Hits: 374











