୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଦ୍ଵିତୀୟ ଡୋଜ୍ ଟୀକାକରଣ :: ସୋମବାର ଦିନ ଜିଲ୍ଲାର ୨୧ ଟି କେନ୍ଦ୍ରରେ ୩ ହଜାରରୁ ଉର୍ଦ୍ଧ୍ବଙ୍କୁ କୋଭିଡ୍ ଟୀକାକରଣ ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତି ମାନଙ୍କ ନିମନ୍ତେ ପ୍ରଥମ ଡୋଜ୍ କୋଭିଡ୍ ଟୀକା ନେବାର ୮୪ ଦିନ ପରେ ଦ୍ଵିତୀୟ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏଥିପାଇଁ ୪ଟି କେନ୍ଦ୍ର ଯଥା:- ଟାଉନ ହଲ , ଅରବାନ ପିଏଚସି , କଟନ ମାର୍କେଟ ୟାର୍ଡ୍ସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ହୋଇଥିବା ବେଳେ ଜିଲ୍ଲାର ୭ ଟି ବ୍ଲକର ୧୭ ଗୋଟି କେନ୍ଦ୍ର ସମେତ ମୋଟ ୨୧ ଟି କେନ୍ଦ୍ରରେ ୩ ହଜାରରୁ ଉର୍ଦ୍ଧ୍ବଙ୍କ ପାଇଁ ଏହି କୋଭିଡ ଟୀକାକରଣ ବ୍ୟବସ୍ଥା ହୋଇଥିଲା ।

ଜିଲ୍ଲାରେ ଗତକାଲି ସୁଦ୍ଧା ସମସ୍ତ ବର୍ଗର ବ୍ୟକ୍ତି ପ୍ରଥମ ଡୋଜ୍ ଟୀକା ମୋଟ ୨ ଲକ୍ଷ ୨୨ ହଜାର ୪୪୦ ଜଣ ନେଇଥିବା ବେଳେ ଦ୍ଵିତୀୟ ଡୋଜ୍ ଟୀକା ମୋଟ ୪୮ ହଜାର ୪୯୭ ଜଣ ନେଇଛନ୍ତି ।
ସେମାନଙ୍କ ମଧ୍ୟରୁ ୬୪୯୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ପ୍ରଥମ ଡୋଜ୍ ଏବଂ ୫୬୯୨ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି , ସେହିଭଳି ଆଗଧାଡ଼ିର ସରକାରୀ କର୍ମଚାରୀ ୫୦୬୯ ଜଣ ପ୍ରଥମ ଡୋଜ୍ ଏବଂ ୩୮୨୬ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି , ସେହିଭଳି ୪୫ ରୁ ୫୯ ବର୍ଷ ବୟସର ମୋଟ ୫୮ ହଜାର ୮୯୮ ଜଣ ପ୍ରଥମ ଡୋଜ୍ ଏବଂ ୨୧ ହଜାର ୩୯୦ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି , ସେହିଭଳି ୬୦ ବର୍ଷ ବୟସରୁ ଉର୍ଦ୍ଧ ବ୍ୟକ୍ତି ୩୬ ହଜାର ୪୭ ଜଣ ପ୍ରଥମ ଡୋଜ୍ ଏବଂ ୧୭ ହଜାର ୩୯୦ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି ଏବଂ ସେହିଭଳି ୧୮ ରୁ ୪୪ ବର୍ଷ ବୟସର ମୋଟ ୧ ଲକ୍ଷ ୧୫ ହଜାର ୩୩୪ ଜଣ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ମାତ୍ର ୧୯୯ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି ।
ଦ୍ଵିତୀୟ ଡୋଜ୍ କୋଭିଡ୍ ଟୀକା ନେବାର ପ୍ରଥମ ଦିନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ କୋଭିଡ୍ ଟୀକା ନେବାପାଇଁ ୧୮ ରୁ ୪୪ ବର୍ଷ ବୟସର ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା ।
ଟୀକା ନେବାପାଇଁ ଏହି ବୟସର ବ୍ୟକ୍ତି ମାନେ ପୂର୍ବରୁ ଏଥିପାଇଁ ଖୋଲା ଯାଇଥିବା କୋଇନ୍ ପୋର୍ଟାଲରେ ନାମ ପଞ୍ଜିକରଣ କରି ସ୍ଲଟ ବୁକିଙ୍ଗ କରିଥିଲେ।
ଦୀର୍ଘ ଦିନର ଅପେକ୍ଷା କରିବା ପରେ ଏହି କୋଭିଡ୍ ଟୀକାକରଣର ସୁଯୋଗ ସେମାନଙ୍କୁ ମିଳିଥିବା ଯୋଗୁଁ ବହୁ ସଂଖ୍ୟାରେ ଯୋଗ୍ୟ ହିତାଧିକାରୀ ମାନେ ଆଗ୍ରହର ସହ ଆସି ପ୍ରତିଖ୍ୟାଳୟରେ ଅପେକ୍ଷା କରି ଟୀକାକରଣ ପାଇଁ ଆଧାର କାର୍ଡ ଦେଖାଇ ପଞ୍ଜିକରଣ କରିଥିଲେ। ଟୀକ ନେବାପରେ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସାଯାଇଥିଲା ।
ଏ ସମ୍ପର୍କରେ ଟୀକା ନେଇଥିବା ଦୁଇ ଜଣ ଯୁବତୀ ହିତାଧିକାରୀ ସ୍ନେହମୟୀ ବେହେରା ଓ ଭୁବନେଶ୍ଵରୀ ନାୟକ ଏବଂ ୨ଜଣ ଯୁବକ ସନ୍ତୋଷ କୁମାର ସାମନ୍ତ ଓ ନାରାୟଣ ମହାପାତ୍ର ପ୍ରମୁଖ କହିଛନ୍ତି ଯେ , ଆମେ ଟୀକା ନେବାପରେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇନି ଆମେ ସୁସ୍ଥ ଅଛୁ । ଏହି କୋଭିଡ୍ ଟୀକା ସମ୍ପୂର୍ଣ୍ଣ ନିରାପଦ ସୁରକ୍ଷିତ , ଏହି ଟୀକା ସମସ୍ତେ ନିଅନ୍ତୁ ଏବଂ କୋରନା ମୁକ୍ତ ସମାଜ ଗଠନ କରିବା ଦିଗରେ ସହାୟକ ହୁଅନ୍ତୁ ବୋଲି କହିଥିଲେ।
ଅନ୍ୟ ପକ୍ଷରେ ବିଶେଷ କରି ଏହି କୋଭିଡ ଟୀକା ନେବାର ସୁଯୋଗ ଆମକୁ ମିଳିଥିବା ଯୋଗୁଁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ ।

0
0
0
s2sdefault