ହେଡଲାଇନସ୍:

ଶୌଚାଳୟ ଉଦ୍ଘାଟନ ପାଇଁ କଣ ମହୁରତ ଖୋଜା ଚାଲିଛି !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିର୍ମାଣର ଏକ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ ଶୌଚାଳୟ

ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡ ରେ ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ତରଫରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ବିନିମୟରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ଉଦଘାଟନ ଅପେକ୍ଷାରେ ପଡି ରହିଛି ଶୌଚାଳୟ। ଗୁଦେରପାଲି ବସଷ୍ଟାଣ୍ଡ ହେଉଛି ଏ ଅଞ୍ଚଳର ଏକ ପ୍ରମୁଖ ସ୍ଥାନ ଓ ବାଣିଜ୍ୟ ସ୍ଥଲ। ଗୁଦେରପାଲି ଛକଠାରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ଦୁଇଗୋଟି ଘରୋଇ ଡାକ୍ତରଖାନାର ରହିଛି | ତେଣୁ ପ୍ରତ୍ୟହ ଏହି ସ୍ଥାନକୁ ଶହ ଶହ ଲୋକ ଆସିଥାନ୍ତି ଏବଂ ଏହି ଛକ ଦେଇ ବିଜେପୁର ବରଗଡ଼ ତଥା ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଲୋକ ଯିବା ଆସିବା କରିଥାନ୍ତି । ଗୁଦେରପାଲି ଛକକୁ ଆସୁଥିବା ଜନସାଧାରଣ ପରିଶ୍ରା କରିବା ତଥା ସୌଚହେବା ପାଇଁ ବହୁ ହିନସ୍ତା ହେଉଥିବା ଦେଖିବାକୁ ମିଲିଥାଏ । ଶୌଚାଳୟ ନିର୍ମାଣ ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶୌଚାଳୟ ରେ ପାଣି ସଂଯୋଗ ହୋଇପାରିନାହିଁ ନାହିଁ ,ଯାହା ଫଳରେ ଶୌଚାଳୟ ଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାହା ସ୍ବର୍ଥ ଯୋଗୁଁ ଏହି ଶୌଚାଳୟକୁ କାର୍ଯ୍ୟକ୍ଷମ କରାଯାଇନାହିଁ ତାହା ଚର୍ଚ୍ଚାର ପ୍ରଶ୍ନବାଚୀ । ଠିକାଦାର ତାଙ୍କର ପାଉଣା ପାଇ ନାହାଁନ୍ତି ନା ବିଭାଗୀୟ ଅଧିକାରୀ ତାଙ୍କ ପିଶି ପାଇ ନାହାଁନ୍ତି ସେଥି ପାଇଁ ଲୋକେ ଚର୍ଚ୍ଚା କରୁଛନ୍ତି । ଏ ନେଇ ଅଞ୍ଚଳବାସୀ ବାରମ୍ବାର ଗାଇସିଲେଟ ବିଡ଼ିଓ ଙ୍କ ଦୃଷ୍ଟି ଗୋଚର କଲେ ମଧ୍ୟ କିଛି ସୁଫଲ ମିଲୁ ନାହିଁ। ପାଇଖାନା (ଶୌଚାଳୟ) ଉଦ୍ଘାଟନ ପାଇଁ କଣ ମହୁରତ ଖୋଜା ଚାଲିଛି କି ବୋଲି ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିତରେ ଚର୍ଚା !!  ଯଥାଶୀଘ୍ର ଏହି ଶୌଚାଳୟକୁ କାର୍ଯ୍ୟକ୍ଷମ କରାଗଲେ ଜନସାଧାରଣ ଏହାର ସୁଫଲ ପାଇ ପାରିବେ ।

0
0
0
s2sdefault