ହେଡଲାଇନସ୍:

କ୍ରାନ୍ତି ଓଡିଶା ର ସ୍ବ-ନକ୍ଷତ୍ର ଉତ୍ସବ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:-ଦିର୍ଘ ୬ ବର୍ଷ ଧରି କଟକ ରୁ ପ୍ରକାଶ ପାଇଆସୁଥିବା କ୍ରାନ୍ତି ଓଡିଶା ର ସ୍ବ-ନକ୍ଷତ୍ର ଦିବସ ନିଜ କାର୍ଯ୍ୟାଳୟ ର ମିଟିଙ୍ଗ ହଲ ଠାରେ ପାଳିତ ହୋଇଯାଇଛି l ବର୍ତ୍ତମାନ ଯୁଗ କୁ ଦୃଷ୍ଟି କୁ ନେଇ ଦୁଇ ବର୍ଷ ହେବ ଡିଜିଟାଲ ଭାବେ କ୍ରାନ୍ତିଓଡିଶା ଅନବରତ ପ୍ରକାଶିତ ହୋଇଚାଲିବା ସହିତ ପାଠକମାନଙ୍କ ପାଖରେ ଖୁବଶିଘ୍ର ଆଦୃତ ହୋଇପାରିଛି lତାକୁ ଭିତ୍ତ କରି ଏକାସାଥିରେ କ୍ରାନ୍ତିଓଡିଶା ଷଷ୍ଠତମ ସ୍ବ-ନକ୍ଷତ୍ର ଦିବସ ଓ ୨ୟ ଡିଜିଟାଲ ନିଉଜ ସ୍ବ-ନକ୍ଷତ୍ର ପାଳନ କରିଛି lମୁଖ୍ୟସମ୍ପାଦକ ଅଭିଷେକ ଯୋଶୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ କଟକ ବାରବାଟି ନିର୍ବାଚନ ମଣ୍ଡଳୀ ର ବିଧାୟକ ମହମ୍ମଦ ମୋକିମ୍, ସମ୍ମାନିତ ଅତିଥି ଭାବେ ମାରୱାଡି ସମାଜ ର ପୂର୍ବତନ ଅଧ୍ୟକ୍ଷ ବିଜୟ ଖଣ୍ଡେଲୱାଲ,ସି.ଏମ.ଏସ ପରାମର୍ଶଦାତା ରମଣ ବାଗଡିଆ,ସୁରେଶ କମାନୀ,କଟକ ମହାନଗର ନିଗମର କରୋନା ନିୟନ୍ତ୍ରଣ କକ୍ଷ ଅଧିକାରୀ ଡାକ୍ତର ସ୍ମୃତି ରଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ଓଡ଼ିଶା ର ପୁରପଲ୍ଲୀରୁ ଆସିଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ | ଏ ଅବସରରେ ବରଗଡ ଜିଲ୍ଲା ପଦ୍ମପୁର ର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀଙ୍କୁ ଅନୁଷ୍ଠାନ ତରଫରୁ କ୍ରାନ୍ତି ଓଡିଶା ସମ୍ମାନ-୨୦୨୧ ରେ ସମ୍ମାନିତ କରାଯାଇଥିଲା l

0
0
0
s2sdefault