ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ଗାଇସିଲାଟ ଥାନା ଅନ୍ତର୍ଗତ ସରଧାପାଲି ଗ୍ରାମ ର ଶ୍ରୀମତୀ ବୃନ୍ଦାବତୀ ପ୍ରଧାନ ଓ ଲିଙ୍ଗରାଜ ପଧାନଙ୍କ କନିଷ୍ଠ ପୁତ୍ର ପଦ୍ମଲୋଚନ ପଧାନ ଗୁରୁକୁଲ ନବପ୍ରଭାତ ବୈଦିକ ବୈଦିକ ବିଦ୍ୟାପୀଠ ର ସୁୟୋଗ୍ୟ ସ୍ନାତକ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ସସ୍କୃତ ବିଭାଗ ର ଶିକ୍ଷାବର୍ଷ (୨୦୨୦-୨୧) ର ଏମ.ଏ ପରୀକ୍ଷାରେ ସର୍ବାଧିକ ୯୦.୦୦ ପ୍ରତିଶତ ଅଙ୍କ ରଖ୍ ପ୍ରଥମ ସ୍ଥାନ ଲାଭ କରିଛନ୍ତି ତଥା ଏମ.ଏ ର ପ୍ରଥମ ସେମିଷ୍ଟର ରେ ଜେ.ଆର.ଏଫ ପ୍ରାପ୍ତକରି ନିଜ ଗ୍ରାମ ଓ ଗୁରୁକୁଲ ର ସୁନାମ ରଖୁଛନ୍ତି ଗୁରୁକୁଳ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ନୂଆପାଲି ଠାରେ ଷଷ୍ଠ ରୁ ବି.ଏ ପର୍ଯ୍ୟନ୍ତ ପାଠ ପଢି ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଲୟରେ ଏମ.ଏ କରିଛନ୍ତି | ପଦ୍ମଲୋଚନ ପ୍ରଧାନଙ୍କ ଏହି ସଫଲତା ରେ ଖୁସି ହୋଇ ଗୁଗୁଲ ମିଟ ମାଧ୍ୟମରେ ସମ୍ବର୍ଧନା ସଭାର ଆୟୋଜନ କରାଯାଇ ଥିଲା । ଯେଉଁଥିରେ ଗୁରୁକୁଲ ର ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ, ଆଚାର୍ଯ୍ୟ ଭଗବାନ ଦେବ ଜୀ, ପ୍ରୋଫେସର ସୋମଦେବ ଜୀ, ଦକ୍ଷିଣ ଆଫ୍ରିକାରୁ ପୂଜ୍ୟ ଦୟାନନ୍ଦ ଶର୍ମା ,ଆଚାର୍ଯ୍ୟ ଶିବଶଙ୍କର ଶାସ୍ତ୍ରୀ,ପୁରନ୍ଦର ଶାସ୍ତ୍ରୀ,ପ୍ରେମ ପ୍ରକାଶ ଶାସ୍ତ୍ରୀ,ନରେନ୍ଦ୍ର ଶାସ୍ତ୍ରୀ, ଆଚାର୍ଯ୍ୟ ବେଦବ୍ରତ, ତଥା ବିଶିଷ୍ଟ ଭାବରେ ଉତ୍ତର ପ୍ରଦେଶ ସଂସ୍କୃତ ସଂସ୍ଥାନ ର ଅଧ୍ୟକ୍ଷ ବାଚସ୍ପତି ମିଶ୍ର, ଗୁରୁକୁଳ ର ସମସ୍ତ ଆଚାର୍ଯ୍ୟ ଓ ସ୍ନାତକମାନେ ଆଶିର୍ବାଦ ସହିତ ପ୍ରୋତ୍ସାହନ ଓ ଅଭିନନ୍ଦନ ଜଣାଇଛନ୍ତି |
ରାଜ୍ୟ
ସରଧାପାଲିର ପଦ୍ମଲୋଚନ ସଂସ୍କୃତରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଲୟ ଟପର ।
- Hits: 1279








