ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ମେଡିକାଲ ପରିସରରେ ଆଜି ଗଡ଼ିଛି କୋଭିଡ୍ ଟୀକା ସଚେତନତା ରଥ । ସରକାରଙ୍କ ମାଗଣା ଟୀକା କରଣ ରଥ ଗଜପତି ଜିଲ୍ଲାର ବିଭିନ ଦୁର୍ଗମ ଅଞ୍ଚଳକୁ ଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କୁ ଗୀତ ମାଧ୍ୟମରେ ଯେପରି ଲୋକଙ୍କୁ ବୁଝା ଯିବ ତାହାରି ବ୍ଯବସ୍ଥା କରାଇଛନ୍ତି ।
ଏହି ଗାଡିକୁ ମୋହନା ମେଡିକାଲ ଅଧିକାରିଣୀ ଡ଼ା.ନମିତା ପଣ୍ଡା ପତାକା ଦେଖାଇ ଶୁଭକାମନା କରାଇଥିଲେ। ବିଡିଓ ସାର୍ଥକ ସୌରଭ ମହାପାତ୍ର ନଡିଆ ଭାଙ୍ଗି ଦୀପ ପ୍ରଜଳନ
କରିଥିଲେ।
ଏହି ଗାଡି ୫ ଦିନ ଧରି ମୋହନା ବ୍ଲକର ବିଭିନ ଦୁର୍ଗମ ଗ୍ରାମ ଗୁଡିକ ପରିଭ୍ରମଣ କରିବ । ପ୍ରଥମ ଦିନରେ ଗରଡ଼ମା , କଟାମା , ପାଣିଗଣ୍ଡା , ଆଲିଗଣ୍ଡା , ଦମାଦୁଆ ଭଳି ଗ୍ରାମରେ ପହଞ୍ଚି ଲୋକଙ୍କୁ କରୋନା ଟୀକାର ଉପାଦେୟତା ସମ୍ବନ୍ଧରେ ବୁଝାଇବ ବୋଲି ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅନୁଷ୍ଠାନର ପିସ୍ କୋଡିନେଟର ଭିକାରି ଚ଼ରଣ ବେହେରା , ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଭୁ ପ୍ରସାଦ କର ଓ ମେଡିକାଲ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ।
ରାଜ୍ୟ
ମୋହନାରେ ଗଡ଼ିଲା କୋଭିଡ୍ ଟୀକା ସଚେତନତା ରଥ
- Hits: 401








