ହେଡଲାଇନସ୍:

ବିଶ୍ଵ ଅଙ୍ଗ ଦାନ ଦିବସ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରୁ ୩୭ୟୁନିଟ୍ ରକ୍ତ ସଂଗୃହୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଟଲି ଜୀବନବିନ୍ଦୁ କାର୍ଯକ୍ରମ ରୁ ୩୩ ୟୁନିଟ ରକ୍ତ ସଂଗ୍ରହ

ବରଗଡ :-ବରଗଡ଼ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାର ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ର ଆଶା କିରଣ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ। କେବଳ ଶୁଭ ମାଙ୍ଗଳିକ କିମ୍ବା ପୂଜା କର୍ମ ରେ ପତିପତ୍ନୀ ର ଆବଶ୍ୟକତା ହୁଏ ନାହିଁ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ସମୟ ରେ ରୋଗୀ ଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ପ୍ରମୁଖ ଭୂମିକା COUPLE DONORS ମାନଙ୍କ ର ରହିଛି ଏହାର ନିଛକ ଉଦାହରଣ ଆଜି ଏଠାରେ ଦେଖିଲି ବୋଲି ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ କହିଥିଲେ ଓ ସମସ୍ତଙ୍କୁ ପ୍ରଶଂସା ପତ୍ର ସହ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ ଏଗାର ଯୋଡ଼ା ଦମ୍ପତ୍ତି ମଧ୍ୟ ରକ୍ତ ଦାନ କରିଥିଲେ। ମୋର୍ଣିଂ ୱାକ ଗ୍ରୁପ ର ସଦସ୍ୟ ସଞ୍ଜୀବ ଡାଲମିଆ, ଗିରଧର ଅଗ୍ରୱାଲ, ଅଜିତ ପଟ୍ଟନାୟକ, ମୁକେଶ ରେଖାନି, ମହେଶ ଅଗ୍ରୱାଲ, କପିଲ ଅଗ୍ରୱାଲ,ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ, ଆଶିଷ କର, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ଓ ସହଯୋଗୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।
ବରଗଡ଼ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାର ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ର ଆଶା କିରଣ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ। କେବଳ ଶୁଭ ମାଙ୍ଗଳିକ କିମ୍ବା ପୂଜା କର୍ମ ରେ ପତିପତ୍ନୀ ର ଆବଶ୍ୟକତା ହୁଏ ନାହିଁ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ସମୟ ରେ ରୋଗୀ ଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ପ୍ରମୁଖ ଭୂମିକା COUPLE DONORS ମାନଙ୍କ ର ରହିଛି ଏହାର ନିଛକ ଉଦାହରଣ ଆଜି ଏଠାରେ ଦେଖିଲି ବୋଲି ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ କହିଥିଲେ ଓ ସମସ୍ତଙ୍କୁ ପ୍ରଶଂସା ପତ୍ର ସହ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ ଏଗାର ଯୋଡ଼ା ଦମ୍ପତ୍ତି ମଧ୍ୟ ରକ୍ତ ଦାନ କରିଥିଲେ। ମୋର୍ଣିଂ ୱାକ ଗ୍ରୁପ ର ସଦସ୍ୟ ସଞ୍ଜୀବ ଡାଲମିଆ, ଗିରଧର ଅଗ୍ରୱାଲ, ଅଜିତ ପଟ୍ଟନାୟକ, ମୁକେଶ ରେଖାନି, ମହେଶ ଅଗ୍ରୱାଲ, କପିଲ ଅଗ୍ରୱାଲ,ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ, ଆଶିଷ କର, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ପ୍ରମୁଖ ଶିବିର ପରିଚାଳନା କରିଥିଲେ।
ସେହିଭଳି କ୍ରମାଗତ ଭାବରେ ରକ୍ତଅଭାଵ କୁ ଦୂର କରିବା ପାଇଁ ସଂଘର୍ଷ କରୁଥିବା ବିଜୁ ଜନତା ଦଳର ମୋ ପାରିବାର ସଂଗଠନ କରୋନା କାଳରେ ରକ୍ତର ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳ ଦ୍ବାରା ଆୟୋଜିତ ଏକ ରକ୍ତଦାନ ଶିବିର ଭଟଲି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର,ଜିଲ୍ଲା ମହିଳା ଜନତା ଦଳର ସଭାପତି ତଥା ଅମ୍ବାଭୋନା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ନିଲକୁମାରୀ ନାୟକ, ଭଟଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରେମାବତି ସା, ଭଟଲି ବ୍ଲକ୍ ବିଜେଡ଼ି ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ,ବ୍ଲକ୍ ମହିଳା ଜନତା ଦଳର ସଭାପତି ଶ୍ରୀମତି ଅନୁପମା ଭୁଏ ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଯୋଗଦେଇ ରକ୍ତଦାତା ମାନଂକୁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ରକ୍ତଦାନ ଶିବିରରେ ସର୍ବମୋଟ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

0
0
0
s2sdefault