ହେଡଲାଇନସ୍:

ବିଶ୍ଵ ଅଙ୍ଗ ଦାନ ଦିବସ ରେ ସ୍ବର୍ଗତ ଚମ୍ପାବତି ପ୍ରଧାନଙ୍କ ଅଙ୍ଗଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ସ୍ବର୍ଗତ ଗଙ୍ଗାଧର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଘର ଟିହିଁକି ପାଲି, ଭେଡେନ,ବରଗଡ ଗତ ୩୦-୧୨-୨୦୧୮ ରେ ଇହ ଧାମ ତ୍ୟାଗ କରିଥିଲେ। ମୁତ୍ୟୁ ପୂର୍ବରୁ ନିଜର ଅଙ୍ଗଦାନ ପାଇଁ ସ୍ଵୀକୃତି ପତ୍ର ଦେଇଥିଲେ। ୮୩ବର୍ଷ ରେ ତାଙ୍କର ମୁତ୍ୟୁ ହୁଏ ତାଙ୍କ ପରିବାର ବର୍ଗ ଙ୍କ ଦ୍ଵାରା ଚକ୍ଷୁ ଦାନ ସହ ଅଙ୍ଗଦାନ ବୁର୍ଲା ର anatomy department କୁ କରାଯାଇଥିଲା। ଆଜି ତାଙ୍କ ଧର୍ମ ପତ୍ନୀ ସ୍ବର୍ଗତ ଚମ୍ପାବତି ପ୍ରଧାନ ଠିକ୍ ୮୩ବର୍ଷ ରେ ସ୍ଵର୍ଗାରୋହଣ କଲେ। ମୃତ୍ୟୁ ପୂର୍ବ ରୁ ସେ ମଧ୍ୟ କହିଥିଲେ ଯେ ମୃତ୍ୟୁ ପରେ ତାଙ୍କ ଶରୀର ଓ ଚକ୍ଷୁ ଉଭୟ ଦାନ କରିବା ପାଇଁ। ଆଜି ତାଙ୍କ ପରିବାର ପକ୍ଷରୁ ବୁର୍ଲା Anatomy Department କୁ ସ୍ବର୍ଗତ ଚମ୍ପାବତି ପ୍ରଧାନ ଙ୍କ ଅଙ୍ଗଦାନ କରାଯାଇଥିଲା। ମାଆଁ କୁ ହରାଇ ପରିବାର ବର୍ଗ ଯେତିକି ଦୁଃଖିତ ସେତିକି ଖୁସୀ ମଧ୍ୟ ଯେ ତାଙ୍କ ବାପା ମାଆ ଙ୍କ ମୃତ୍ୟୁ ପରେ ବି ଅନେକ ଙ୍କ ଜୀବନ ରେ ନୂତନ ଆଲୁଅ ଦେଇଛି ଓ ଡାକ୍ତରୀ ଛାତ୍ର ଛାତ୍ରୀ ପଢ଼ିବାର ସୁଯୋଗ ପାଇଛନ୍ତି। ଉଭୟେ ମରି ନାହାନ୍ତି ବରଂ ଅମର ହୋଇଯାଇଛନ୍ତି ଓ ସମାଜ ପାଇଁ ଏକ ବାର୍ତ୍ତା ଦେଇଛନ୍ତି ଯେ ମୃତ୍ୟୁ ପରେ ବି ଲୋକଙ୍କ କାମରେ ଲାଗି ହୁଏ ବୋଲି ପରିବାର ବର୍ଗ କହିଛନ୍ତି। ସେ ତାଙ୍କ ପଛ ରେ ବଡ଼ ଝିଅ ଯାଜ୍ଞସିନି ବାରିକ, ନଳିନୀ ପ୍ରଧାନ, ରମେଶ ପ୍ରଧାନ, ଉମେଶ ପ୍ରଧାନ, ପ୍ରିୟ ଦର୍ଶିନି ସାହୁ ଙ୍କ ସହ ବୋହୂ, ଜ୍ବାଇଁ ନାତି ନାତୁଣୀ ଙ୍କୁ ଛାଡି ଯାଇଛନ୍ତି।ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ସଦସ୍ୟ ମାନେ ବୁର୍ଲା ରେ ଉପସ୍ଥିତ ଥିଲେ।ଆଜି ବିଶ୍ୱ ଅଙ୍ଗ ଦାନ ଦିବସ ରେ ଏଭଳି ଏକ ମହତ କାର୍ଯ୍ୟ ପାଇଁ ପୁରା ପରିବାର ବର୍ଗ ଙ୍କୁ ନିଷ୍ଠା ପରିବାର ତରଫ ରୁ ଅନେକ ଅନେକ ଧନ୍ୟବାଦ ଓ ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଙ୍କ ଠାରେ ପ୍ରାର୍ଥନା।ଉଭୟଙ୍କ ଅଙ୍ଗଦାନ ତଥା ଶରୀର ଦାନ ଏବଂ ପ୍ରଧାନ ପରିବାର ର ଏହି କାର୍ଯ୍ୟ ସମାଜ ପାଇଁ ନିଶ୍ଚିତ ଭାବରେ ମାର୍ଗ ଦର୍ଶନ କରିବ ଓ ଆମ ପାଇଁ ପ୍ରେରଣାର ଉତ୍ସ ହେବ।

जीते जीते रक्तदान.......
जाते जाते सर्वांग दान.......

0
0
0
s2sdefault